ହୋମ୍ » ଫଟୋ ଗ୍ୟାଲେରୀ » ଓଡ଼ିଶା
ବଲାଙ୍ଗିରରେ ବୋଲେରୋ ସହ ଧକ୍କା ପରେ ଜଳିଗଲା ବାଇକ୍; ବାପ ଓ ପୁଅ ମୃତ; ମା’ ଓ ପୁଅ ଗୁରୁତର
ଦ୍ରୁତ ଗତି ଯୋଗୁଁ ଏକ ପରିବାର ପାଇଁ ମହାବିପତ୍ତି ଆସିଛି । ପତିପତ୍ନୀ ନିଜ ଦୁଇ କୁନି କୁନି ପିଲାଙ୍କୁ ନେଇ ବାଇକରେ ଯାଉଥିବା ବେଳେ ଦୁର୍ଘଟଣା ଘଟିବାରୁ ବାପ ସହ ଗୋଟିଏ ପୁଅର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ।
1/ 6

ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାର ଗୁଡ଼ଭେଲାରେ । ଏକ ବୋଲେରୋ ସହ ଧକ୍କା ହେବା ପରେ ଜଳିଯାଇଥିଲା ବାଇକଟି ।
2/ 6

ଘଟଣା ସ୍ଥଳରେ ବାପା ଓ ଜଣେ ପୁଅ ମୃତ୍ୟୁ ବରଣ କରିଥିଲେ । ମାଆ ଓ ଆଉ ଜଣେ ପୁଅ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ଡାକ୍ତରଖାନାରେ ପହଞ୍ଚାଇଥିଲେ ।
3/ 6

ଗୁଡ଼ଭେଲା ବ୍ଲକ ଡାହିମାଲ ଛକରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ବାପାମାଆ ଓ ଦୁଇ ପୁଅ ବାଇକ ଯୋଗେ ବଲାଙ୍ଗିରରୁ କଳାହାଣ୍ଡି ଯାଉଥିବା ବେଳେ ତାଙ୍କ ବାଇକକୁ ଧକ୍କା ଦେଇଥିଲା ଏକ ବୋଲେରୋ ।
4/ 6

ଏହି ଧକ୍କା ଏତେ ଜୋର୍ ଥିଲା ଯେ ଘଟଣାସ୍ଥଳରେ ବାଇକ୍ ଜଳିଯାଇଥିଲା । ବୋଲେରୋର ଆଗ ଡାହାଣ ପଟ କ୍ଷତିଗ୍ରସ୍ତ ହୋଇଥିଲା । ଆହତ ମା’ ଓ ପୁଅକୁ ତୁଷୁରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
5/ 6

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଉଭୟ ବୋଲେରୋ ଓ ବାଇକ୍ ଭୀଷଣ ବେଗରେ ଗତି କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।