ବିଜୁ ପଟ୍ଟନାୟକ ଥିଲେ ଜଣେ ବ୍ୟାପ୍ତ ପ୍ରତିଭାର ମଣିଷ। କେତେ କେତେ ଦିଗକୁ ତାଙ୍କର ଜୀବନ ଛୁଇଁଥିଲା ତାହା କହିବସିଲେ ଏକାଧିକ ପୁସ୍ତକ ହେବ। ଖେଳ ଦୁନିଆ ସହିତ ବିଜୁ ବାବୁଙ୍କର ଯେଉଁ ସମ୍ପର୍କ ଥିଲା ତଥା ଖେଳାଳି ଓ ଖେଳ ପ୍ରଶାସକ ଭାବରେ ତାଙ୍କର ଯେଉଁ ଅବଦାନ ରହିଥିଲା ତାହାକୁ ଦେଖି ଯୁଗ ପ୍ରବର୍ତ୍ତକ ଭାବେ କହିଲେ କୌଣସି ପ୍ରକାରରେ ଭୁଲ୍ ହେବ ନାହିଁ। (ଫଟୋ ସୌଜନ୍ୟ-ସୋସିଆଲ ମିଡ଼ିଆ)
ଜଣେ ଉଚ୍ଚକୋଟୀର ଖେଳାଳି, ଅତ୍ୟନ୍ତ ସଫଳ କ୍ରୀଡ଼ା ପ୍ରଶାସକ ସହ ସେ ଥିଲେ ଆମ ଓଡ଼ିଶା ପାଇଁ ଦୁଃସାହସିକ କ୍ରୀଡ଼ାର ପଥ ପ୍ରଦର୍ଶକ। ଖେଳାଳି ଭାବରେ ବିଜୁ ବାବୁ ଜଣେ ଭଲ ଆଥଲେଟ୍ ଏବଂ ଫୁଟ୍ବଲର ଥିଲେ। ତା’ସହ ଭଲିବଲ୍, ହକି ଓ କ୍ରିକେଟରେ ମଧ୍ୟ ତାଙ୍କର ରହିଥିଲା ବିଶେଷ ଦକ୍ଷତା। ସେ ବିଶ୍ୱବିଦ୍ୟାଳୟ ଦଳରୁ ୫ଟି କ୍ରୀଡ଼ାରେ ପ୍ରତିନିଧିତ୍ୱ କରିବାର ପାଇଥିଲେ ସୁଯୋଗ। (ଫଟୋ ସୌଜନ୍ୟ-ସୋସିଆଲ ମିଡ଼ିଆ)