Winter Care: ଶୀତ ଦିନେ ନାଭିରେ ନଡ଼ିଆ ତେଲ ଲଗାଇ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ବଜାୟ ରଖନ୍ତୁ
ନଡ଼ିଆ ତେଲର ଯେ ଏତେ ଭଲ ଗୁଣ ରହିଛି ତାହା ଅନେକ ଜାଣି ନ ଥିବେ । ନଡ଼ିଆ ତେଲକୁ ନାଭିରେ ଲଗାଇଲେ ଅନେକ ସୁଫଳ ମିଳେ । ଆୟୁର୍ବେଦ ଅନୁଯାୟୀ ନାଭିରେ ନଡ଼ିଆ ତେଲ ଲଗାଇବା ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ମିଳିବା ସହ ଅନ୍ୟ ଲାଭ ବି ମିଳେ ।

ନଡ଼ିଆ ତେଲ ଆମ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିପାରେ । ଆୟୁର୍ବେଦ ଅନୁଯାୟୀ ଆମ ଶରୀରର ନାଭି ଚକ୍ର ହେଉଛି ଶକ୍ତି ଓ କଳ୍ପନାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ । ଏଥିରେ ହିଁ ଆମର ଇଚ୍ଛାଶକ୍ତି ଓ ଲକ୍ଷ୍ୟ ଲୁଚି ରହିଥାଏ । ନାଭି ଚକ୍ରକୁ ସନ୍ତୁଳିତ କରିବା ପାଇଁ ଆପଣ ନିୟମିତ ନିଜ ନାଭିରେ ନଡ଼ିଆ ତେଲ ଲଗାଇବା ଉଚିତ ।

ନାଭିରେ ନଡ଼ିଆ ତେଲ ଲଗାଇଲେ ସର୍ଦି-ଥଣ୍ଡା ଓ ଶୀତରୁ ମୁକ୍ତି ମିଳିଥାଏ । ତା’ଛଡ଼ା ଯଦି ଆପଣ ନିୟମିତ ଭାବରେ ନାଭିରେ ନଡ଼ିଆ ତେଲ ଲଗାନ୍ତି ତେବେ ଏହା ଆପଣଙ୍କ ହାଡ଼ ଓ ଆଣ୍ଠୁକୁ ଯନ୍ତ୍ରଣାରୁ ମୁକ୍ତି ଦେବ । ରାତିରେ ଶୋଇବା ପୂର୍ବରୁ ନାଭିରେ ଦୁଇ ବୁନ୍ଦା ନଡ଼ିଆ ତେଲ ରଖନ୍ତୁ । ଏହା ପରେ ହାଲୁକା ହାତରେ ପେଟ ଚାରି ପାଖରେ ମାଲିସ୍ କରନ୍ତୁ ।

ଯଦି ଆପଣ ପେଟରେ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତେବେ ନାଭିରେ ନଡ଼ିଆ ତେଲ ଲଗାନ୍ତୁ । ଏହା ଆପଣଙ୍କୁ ପେଟଜନିତ ସମସ୍ୟାରୁ ମୁକ୍ତି ଦେବ । ନାଭିରେ ନଡ଼ିଆ ତେଲ ନିୟମିତ ଲଗାଇଲେ ଅଦୃଶ୍ୟତା, ବାନ୍ତି, ଗ୍ୟାସ୍ ଓ ପେଟର ଅନ୍ୟାନ୍ୟ ସମସ୍ୟାରୁ ବି ମୁକ୍ତି ମିଳିଥାଏ ।

କେବଳ ଏତିକି ନୁହେଁ, ମହିଳାମାନେ ନାଭିରେ ନଡ଼ିଆ ତେଲ ଲଗାଇଲେ ଏହା ସେମାନଙ୍କୁ ଋତୁସ୍ରାବ ଯନ୍ତ୍ରଣାରୁ ମୁକ୍ତି ଦେବାରେ ବି ସାହାଯ୍ୟ କରିଥାଏ । ନଡ଼ିଆ ତେଲରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି, ଯାହା ମହିଳାଙ୍କ ଋତୁସ୍ରାବ ସମୟରେ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।

ନାଭିରେ ନଡ଼ିଆ ତେଲ ଲଗାଇବା ଦ୍ୱାରା ଦୃଷ୍ଟି ଶକ୍ତି ବି ଭଲ ହୋଇଥାଏ । ନଡ଼ିଆ ତେଲ ଆଖି ପାଇଁ ବହୁତ ଲାଭଦାୟକ । କିଛି ତୁଳାରେ ନଡ଼ିଆ ତେଲ ବୁଡ଼ାଇ ନାଭିରେ ରଖନ୍ତୁ ଓ ପ୍ରାୟ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ମସାଜ୍ କରନ୍ତୁ । ଦେଖିବେ ଆପଣ ସୁନ୍ଦର ଓ ଉଜ୍ଜ୍ୱଳ ଆଖିର ଅଧିକାରୀ ହେବେ ।