ବିବାହ ପୂର୍ବରୁ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଛନ୍ତି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ୱାନୀଙ୍କ (Mukesh ambani) ପୁଅ ଅନନ୍ତ ଅମ୍ୱାନୀ (Anant ambani ) । ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରିଥିଲେ ଅନନ୍ତ । ମହାପ୍ରଭୁ ଜଗନ୍ନାଥଙ୍କୁ ବାହାଘର ନିମନ୍ତ୍ରଣ କାର୍ଡ଼ ଦେଲେ ଅନନ୍ତ । ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ବହୁତ ଖୁସି ଲାଗିଲା ବୋଲି କହିଛନ୍ତି ଅନନ୍ତ ଅମ୍ବାନୀ । ଶ୍ରୀମନ୍ଦିରରେ ଭିତରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ବେଢା ପରିକ୍ରମା କରିଥିଲେ ଅନନ୍ତ । ଦର୍ଶନ ଶେଷ ପରେ ପୁରୀରୁ ଭୁବନେଶ୍ୱର ଓ ପରେ ମୁମ୍ୱାଇ ଫେରିଯିବେ । ଦୁଇ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଅନନ୍ତ ଅମ୍ୱାନୀଙ୍କ ସହ ରାଧିକା ମର୍ଚାଣ୍ଟଙ୍କର ନିର୍ବନ୍ଧ ସରିଛି । ଆଗକୁ ବିବାହ କାର୍ଯ୍ୟକ୍ରମ ରହିଛି । ବିବାହ ପାଇଁ ଧର୍ମାନୁଷ୍ଠାନ ଗୁଡିକରେ ପହଞ୍ଚି ଦର୍ଶନ କରିବା ସହ ନିଜ ଦାମ୍ପତ୍ୟ ଜୀବନ କିପରି ଖୁସିରେ କଟିବ ସେନେଇ ଆଶୀର୍ବାଦ ନେଉଛନ୍ତି ଅନନ୍ତ । ଅନନ୍ତ ଅମ୍ୱାନୀଙ୍କ ଉପସ୍ଥିତିରେ ପୁରୀରେ ଜନ ଗହଳି ଦେଖିବାକୁ ମିଳିଛି ।