ସ୍ୱାଧୀନତା ଦିବସ ଅବସରରେ ନବୀନ ପଟ୍ଟନାୟକ (Naveen Patnaik) ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ପରେଡ଼ ସ୍ଥଳକୁ ଯେଉଁ କାରରେ ଆସି ପହଞ୍ଚିଥିଲେ ସେହି କାରର ଡ୍ରାଇଭର ସିଟରେ ଦେଖିବାକୁ ମିଳିଥିଲା ପାଣ୍ଡିଆନଙ୍କୁ (5T secretary VK Pandian)। ଫେରିବା ସମୟରେ ବି ମୁଖ୍ୟ ମନ୍ତ୍ରୀଙ୍କୁ କାରରେ ବସିଇ ନିଜେ ଡ୍ରାଇଭ୍ କରି ନେଇଯାଇଥିଲେ ପାଣ୍ଡିଆନ୍ । କରୋନା ସଂକ୍ରମଣ ସ୍ଥିତିରୁ ଉପୁଜିଥିବା ସୁରକ୍ଷା କାରଣରୁ ପାଣ୍ଡିଆନ୍ ଏମିତି କରିଥିଲେ ବୋଲି ଜଣାପଡ଼ିଥିଲା ।