ଯଦି ଆପଣ ଧନ ହାନୀର ସାମ୍ନା କରୁଛନ୍ତି, ତାହେଲେ ଏହାର ଗୋଟେ ଛୋଟ କାରଣ ହେଉଛି ଆପଣଙ୍କର ସ୍ନାନ କରିବା କାର୍ଯ୍ୟ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ସ୍ନାନ କରିବା ପରେ ଆପଣ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ। ଦୈନନ୍ଦିନ ଜୀବନରେ ଆମ ଦ୍ଵାରା କିଛି ଏଭଳି ଭୁଲ ହୋଇ ଯାଇଥାଏ ଯାହା ଦ୍ଵାରା ଆମକୁ ଅନେକ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା। ହିନ୍ଦୁ ଧର୍ମରେ ସ୍ନାନ କରିବାକୁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ମାନାଯାଏ। ସ୍ନାନ କରିବା ମନୁଷ୍ୟ ପାଇଁ ଅତ୍ୟନ୍ତ ଜରୁରୀ। ସ୍ନାନ କରିବା ସମୟରେ କିଛି ଖାସ କଥା ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଅଧିକାଂଶ ଲୋକେ ସ୍ନାନ କରିବା ପରେ ବାଲଟିରେ ଗାଧୁଆ ପାଣି ଛାଡ଼ି ଆସି ଥାଆନ୍ତି। ଏଭଳି କରିବା ଅନୁଚିତ। କାରଣ ଯଦି ଅନ୍ୟ କୌଣସି ବ୍ୟକ୍ତି ସେହି ଗାଧୁଆ ପାଣିରେ ସ୍ନାନ କରେ, ତାହେଲେ ତାକୁ ଅନେକ ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିଥାଏ ଏବଂ ତାର ଆୟୁଷ ମଧ୍ୟ କମିଯାଏ। ସକାଳୁ ସ୍ନାନ ସାରି ପ୍ରଥମେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ, ଏଭଳି କରିବା ଦ୍ୱାରା ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ। ଅଧିକାଂଶ ମହିଳା ମାନେ ସ୍ନାନ କରିବାର ତୁରନ୍ତ ପରେ ସିନ୍ଦୂର ଲଗାଇ ଥାଆନ୍ତି। କିନ୍ତୁ ଏଭଳି କରିବା ଭୁଲ। ଏହାଦ୍ବାରା ମହିଳାଙ୍କ ସ୍ବାମୀଙ୍କ ଆୟୁଷ ହାନୀ ହୋଇଥାଏ। ଏହାସହିତ ମନରେ ଅନେକ ନକରାତ୍ମକ ଭାବନା ଜାଗ୍ରତ ହୋଇଥାଏ। ତେଣୁ ଏଭଳି ଭୁଲ କରନ୍ତୁ ନାହିଁ। ନଚେତ ପରମୁହୁର୍ତ୍ତରେ ଆପଣଙ୍କୁ ପଶ୍ଚାତାପ କରିବାକୁ ପଡ଼ିପାରେ। ସ୍ନାନ କରିବା ସମୟରେ ଦକ୍ଷିଣ ଦିଗ ଆଡ଼କୁ ମୁହଁ କରିବା ଅନୁଚିତ, କାରଣ ଏହି ଦିଗ ପିତୃପୁରୁଷଙ୍କୁ ସମର୍ପିତ। ଏହାସହିତ ସୂର୍ଯ୍ୟାସ୍ତ ପରେ ସ୍ନାନ କରୁଥିବା ବ୍ୟକ୍ତି ସର୍ବଦା କଷ୍ଟ ଭୋଗିଥାଏ।