ଶୀତଦିନେ ବାଥୁଆ ଶାଗ ଖାଇବାର ଅନେକ ଲାଭ ଅଛି। ଯଦିଓ ଅଧିକାଂଶ ଲୋକ ଏହାର ଗୁଣ ବିଷୟରେ ଅବଗତ ନୁହଁନ୍ତି। କିନ୍ତୁ ଏହି ଛୋଟ ଦେଖାଯାଉଥିବା ସବୁଜ ଉଦ୍ଭିଦ ଅତ୍ୟନ୍ତ ଲାଭଦାୟକ, ଶୀତଦିନେ ଏହାକୁ ଖାଇଲେ ଅନେକ ରୋଗ ଦୂରେଇ ଯାଇଥାଏ। ବଥୁଆରେ ଆଇରବ ପ୍ରଚୁର ମାତ୍ରାରେ ରହିଛ। ବଥୁଆ କେବଳ ହଜମ ଶକ୍ତି ବୃଦ୍ଧି କରେ ନାହିଁ ବରଂ ଅନ୍ୟାନ୍ୟ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ। ଗୁଜୁରାଟରେ ଏହାକୁ ଚିଲ ମଧ୍ୟ କୁହାଯାଏ। ବଥୁଆ ହେଉଛି ଏପରି ଏକ ଶାଗ,ଯାହାକୁ ଉତ୍ପାଦନ ପାଇଁ ବିଶେଷ ପରିଶ୍ରମ କରିବାକୁ ପଡ଼େ ନାହିଁ। ବଥୁଆର ଚଟଣି ପରଟା ଓ ରାଇତା କରି ଲୋକମାନେ ଖାଇଥା’ନ୍ତି, କିନ୍ତୁ ସେମାନେ ଏହାର ଔଷଧୀୟ ଗୁଣ ବିଷୟରେ ଅଧିକ ଅବଗତ ନୁହଁନ୍ତି ବୋଲି କେହି କେହି ମତ ରଖିଥାନ୍ତି। ବଥୁଆର ଚଟଣି ପରଟା ଓ ରାଇତା କରି ଲୋକମାନେ ଖାଇଥା’ନ୍ତି, କିନ୍ତୁ ସେମାନେ ଏହାର ଔଷଧୀୟ ଗୁଣ ବିଷୟରେ ଅଧିକ ଅବଗତ ନୁହଁନ୍ତି ବୋଲି କେହି କେହି ମତ ରଖିଥାନ୍ତି। ଏହାର ପତ୍ରରେ ସୁଗନ୍ଧିତ ତେଲ, ପୋଟାସ ଏବଂ ଆଲଭାମିନୋଏଡ୍ ମିଳିଥାଏ। ବାତ, ପିତ ଓ କାଶକୁ ଭଲ କରିବାରେ ସାହାଯ୍ୟ କରେ। ଆୟୁର୍ବେଦିକ ବିଶେଷଜ୍ଞମାନେ ବଥୁଆକୁ ଏକ ଭୋକ ବଢାଇବା ଔଷଧ ଭାବେ ବିବେଚନା କରନ୍ତି। ଲାଲ୍ ବଥୁଆ ହାର୍ଟକୁ ମଜବୁତ କରେ। ରକ୍ତ ବିଶୁଦ୍ଧ କରିବାରେ ମଧ୍ୟ ସହାୟକ ହୋଇଥାଏ। ବଥୁଆ ଯକୃତର ଅସୁବିଧାକୁ ଦୂର କରିଥାଏ ଓ ହଜମ ଶକ୍ତି ବୃଦ୍ଧି କରି ରକ୍ତ ବଢାଇଥାଏ। ଶରୀରର ଅଳସୁଆତାକୁ ଦୂର କରିଥାଏ। ଯଦି ଯକୃତର ଚାରିପାଖର ସ୍ଥାନ କଠିନ, ଯେଉଁ କାରଣରୁ ଜଣ୍ଡିସ୍ ଘଟିଥାଏ, ତେବେ ସକାଳେ ୬ ଗ୍ରାମ ବଥୁଆ ମଞ୍ଜି ପାଣି ସହିତ ପିଇବା ଲାଭଦାୟକ ହୋଇଥାଏ। ମଞ୍ଜିକୁ ଗ୍ରାଇଣ୍ଡ୍ କରି ଦେହରେ ଲଗାଇଲେ ଶରୀରର ମଳିଆ ସଫା ହୋଇଥାଏ, ଚେହେରାର ଦାଗ ଦୂର କରିଥାଏ।