ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ମୁଗ ଡାଲି ଗୁରୁତର ଓ ଦୀର୍ଘ ଦିନରୁ ଚାଲିଆସିଥିବା ରୋଗକୁ ଭଲ କରିଥାଏ । ଏହା ଛଡ଼ା ପ୍ରତଦିନ ଡାଲି ଖାଇବା ଦ୍ୱାରା ବ୍ଲଡ଼ପ୍ରେସର ନିୟନ୍ତ୍ରଣରେ ରହିଥାଏ । ହେଲଥଲାଇନ ନ୍ୟୁଜ ଅନୁସାରେ, ଏହାର ପୋଷକ ସଂରଚନା ରକ୍ତ ଶର୍କରାରୁ କମ କରିବାରେ ସାହାଯ୍ଯ କରିଥାଏ । ଆସନ୍ତୁ ଜାଣିବା ଡାଲିର ଉପକାରିତା ବାବଦରେ... ଦୀର୍ଘଦିନର ରୋଗ-ଡାଲି ଖାଇବା ଦ୍ୱାରା ଗମ୍ଭୀର ବେମାରର ମୁକ୍ତି ମିଳିଥାଏ । ବାସ୍ତବରେ ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଭଳି ଫେନୋଲିକ ଏସିଡ଼, ଫ୍ଲୋବୋନାଇଡସ, କୈଫିକ ଏସିଡ଼ ଭର୍ତ୍ତି ହୋଇରହିଥାଏ । ଆଣ୍ଟିଅକ୍ସିଡାଣ୍ଟ ହାନିକାରର ରୋଗଜୀବାଣୁକୁ ନଷ୍ଟ କରିବାରେ ସାହାଯ୍ଯ କରିଥାଏ । ହିଟ ଷ୍ଟ୍ରୋକ-ଗରମ ଦିନରେ ହିଟ ଷ୍ଟ୍ରୋକ ଏକ ବଡ଼ ସମସ୍ଯା ଭାବେ ଦେଖାଦେଇଥାଏ । ଅନେକ ଥର ସ୍ଥିତି ଗମ୍ଭୀର ହୋଇ ଜୀବନ ମଧ୍ଯ ଯାଇପାରେ । ଡାଲି ଖାଇବା ଦ୍ୱାରା ହିଟ ଷ୍ଟ୍ରୋକ ହେବାର ଆଶଙ୍କା ହ୍ରାସ ପାଇଥାଏ । ଏଥିରେ ଆଣ୍ଟି ଇନଫ୍ଲାମେଟାରୀ ଗୁଣ ଥିବାରୁ ଶରୀରରେ ଉଚ୍ଚ ତାପମାତ୍ରା ରୋକିବାରେ ସାହାଯ୍ଯ କରିଥାଏ । କୋଲେଷ୍ଟ୍ରୋଲ ସ୍ତର- କୋଲେଷ୍ଟ୍ରୋଲ ସ୍ତର ଅନିୟନ୍ତ୍ରିତ ହେଲେ ହୃଦୟ ସହ ଜଡ଼ିତ ସମସ୍ଯା ଦେଖାଦେଇଥାଏ । ତେଣୁ ଡାଲି କୋଲେଷ୍ଟ୍ରୋଲ ସ୍ତରକୁ ଠିକ ରଖିବାରେ ବଡ଼ ଭୂମିକା ଲିଭାଇଥାଏ । କୋଲେଷ୍ଟ୍ରୋଲ ଧମନୀରେ ଜମା ହୋଇ ହାର୍ଟ ଆଟାକ ଭଳି ସମସ୍ଯାକୁ ବଢ଼ାଇଥାଏ । ଗବେଷଣା କୁହେ ଯେ, ଡାଲି କୋଲେଷ୍ଟ୍ରୋଲ ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ଯ କରେ । ବ୍ଲଡ ପ୍ରେସର- ଆଜିକାଲି ଅନିୟନ୍ତ୍ରିତ ଜୀବନଶୈଳୀ କାରଣରୁ ବ୍ଲଡ଼ ପ୍ରେସର ଏକ ସାଧାରଣ ସମସ୍ଯାରେ ପରିଣତ ହୋଇଗଲାଣି । ଯାହା ଭବିଷ୍ଯତର ଅନେକ ରୋଗକୁ ଡାକିଥାଏ । ମୁଗ ଡ଼ାଲି ଖାଇବା ଦ୍ୱାରା ବ୍ଲଡ଼ ପ୍ରେସର କଣ୍ଟ୍ରୋଲରେ ରହିଥାଏ । ଏଥିରେ ଥିବା ପୋଟାସିୟମ, ମାଗ୍ନେସିୟମ ଓ ଫାଇବର ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ଯ କରଥାଏ । ବ୍ଲଡ ପ୍ରେସର- ଆଜିକାଲି ଅନିୟନ୍ତ୍ରିତ ଜୀବନଶୈଳୀ କାରଣରୁ ବ୍ଲଡ଼ ପ୍ରେସର ଏକ ସାଧାରଣ ସମସ୍ଯାରେ ପରିଣତ ହୋଇଗଲାଣି । ଯାହା ଭବିଷ୍ଯତର ଅନେକ ରୋଗକୁ ଡାକିଥାଏ । ମୁଗ ଡ଼ାଲି ଖାଇବା ଦ୍ୱାରା ବ୍ଲଡ଼ ପ୍ରେସର କଣ୍ଟ୍ରୋଲରେ ରହିଥାଏ । ଏଥିରେ ଥିବା ପୋଟାସିୟମ, ମାଗ୍ନେସିୟମ ଓ ଫାଇବର ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ଯ କରଥାଏ ।