ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କର ସ୍ୱନକ୍ଷତ୍ର ଦିବସ ମାଙ୍କୁ ଦର୍ଶନ କରିବା ଓ କୃପା ଭିକ୍ଷା କରିବା ପାଇଁ ଶ୍ରଦ୍ଧାଳୁଙ୍କର ଭିଡ ଦେଖିବାକୁ ମିିଳିଛି । ମନ୍ଦିର ପରିସରରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ ପ୍ରାତଃ ସମୟରେ ମା ଙ୍କୁ ସ୍ନାନ କରାଯାଇ ସ୍ୱତନ୍ତ୍ର ଭାବେ ସାବିତ୍ରୀ ବେଶରେ ସଜ୍ଜିତ କରାଯାଏ ପିଠା ଭୋଗ ନୈବିଦ୍ୟ ଅର୍ପଣ କରାଯାଏ । ପିଠା ଭୋଗ ନୈବିଦ୍ୟ ଅର୍ପଣ କରାଯାଏ । ମା ଙ୍କର ଏହି ଦର୍ଶନ ନିମନ୍ତେ ଯାଜପୁର ସମେତ ରାଜ୍ୟ ର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ସମାବେଶ ହୋଇଥାନ୍ତି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର ହୋଇ ଉଠିଛି ଚଳଚଂଚଳ । ମାଙ୍କ ମନ୍ଦିର ପରିସରରେ କୋଳାହଳର ପରିବେଶ ଦେଖାଦେଇଛି । ମାଙ୍କୁ ଦର୍ଶନ ପାଇଁ ଅପେକ୍ଷା କରିଥିବା ଭକ୍ତ ନିଜର ଚକ୍ଷୁରେ ଦର୍ଶନ କରିଛନ୍ତି । ଆଜିର ଦିନରେ ବ୍ରହ୍ମାଙ୍କ ଯଜ୍ଞ କୁଣ୍ଡରୁ ଆର୍ବିଭୂତା ହୋଇଥିଲେ ମା ବିରଜା । ପ୍ରାତଃ ସମୟରେ ମାଙ୍କୁ ମହାସ୍ନାନ କରାଯାଇ ଷୋଡଷ ଉପଚାରରେ ପୂଜାର୍ଚ୍ଚନା କରାଯାଇଛି । ପରେ ମା ସାବିତ୍ରି ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ମନ୍ଦିର ପରିସରରେ ବେଦମନ୍ତ୍ରପାଠ କରାଯାଇ ମାଙ୍କୁ ଆବହନ କରାଯାଉଛି । ମନ୍ଦିରକୁ ସୁନ୍ଦର ଭାବେ ପ୍ରଶାସନ ପକ୍ଷରୁ ସଜ୍ଜିତ କରାଯାଇଛି । ମାଙ୍କୁ ଦର୍ଶନ କରିବା ପାଇଁ ବଢ଼ି ଭୋରୁ ଶ୍ରଦ୍ଧାଳୁଙ୍କର ଭିଡ ଦେଖିବାକୁ ମିଳିଛି । ସନ୍ଧ୍ଯା ମନ୍ଦିର ପ୍ରଶାସନ ପକ୍ଷରୁ ବିିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମନ୍ଦୀର ଭିତରେ ଓ ବାହାରେ ପୋଲିସ ମୁତୟନ ମଧ୍ୟ କରାଯାଇଛି ।