ଶ୍ରୀକ୍ଷେତ୍ରର ଭଣ୍ଡାର ରକ୍ଷକ ବାବା ଲୋକନାଥଙ୍କ ପୀଠରେ ଜାଗର ଯାତ୍ରାକୁ ନେଇ ବେଶ ଉତ୍ସବ ମୁଖର । । ତେବେ ଲୋକମାନଙ୍କର ଆରାଧ୍ଯ ଠାକୁର ଲୋକନାଥ ଓ ଲୋକାଚାରରେ ରହିଛି କି ଲୋକନାଥଙ୍କୁ ମହାଶିବରାତ୍ର ଦିନ ଚୁଡାଘଷା ଭୋଗ କଲେ ମହାପୁଣ୍ଯ ମିଳିଥାଏ । ସେହି ଆଶା , ଭରସା ଓ ବିଶ୍ୱାସକୁ ନେଇ ପ୍ରାଯ ପଞ୍ଚକୋଷ ଅଞ୍ଚଳର ଭକ୍ତ ଓ ଶ୍ରଦ୍ଧାଳୁମାନେ ଜାଗରପଦାରେ ଚୁଡାଘଷା ଭୋଗ କରିବାର ମାନସିକ କରିଥାନ୍ତି । ଜାଗର ପଦାରେ ଭକ୍ତମାନଙ୍କ ପକ୍ଷରୁ ଦିଆଯାଉଥିବା ଚୁଡା , ନଡିଆ , ଗୁଆ ଘିଅ , କାଜୁ , ଖିସମିସ , କଦଳୀ , ଗୋଲମରିଚ , ଅଲେଇଚ ଆଦି ପକାଇ ଚୁଡାଘଷା କରିଥାନ୍ତି । ଆଉ ତାହାକୁ ଲୋକନାଥଙ୍କ ଚଳନ୍ତି ପ୍ରତିମାଙ୍କ ନିକଟରେ ଭିତର ବେଢାରେ ଚୁଡାଘଷା ଭୋଗ ଲାଗି କରିଥାନ୍ତି । ଆଉ ଏହି ଭୋଗକୁ ନେଇ ଘରେ ଘରେ ଭକ୍ତମାନେ ପାଇ ବେଶ ଆତ୍ମତୃପ୍ତି ଲାଭ କରନ୍ତି । ତେବେ ଆମ ଉତ୍କଳୀୟ ପରମ୍ପରାରେ ଚୁଡାର ଏକ ସ୍ୱତନ୍ତ୍ରତା ଥିବାରୁ ବିଭିନ୍ନ ଶୈବପୀଠମାନଙ୍କରେ ଆଜି ଚୁଡାଘଷା ଭୋଗର ପରମ୍ପରା ରହିଛି । ଲୋକନାଥଙ୍କ ପୀଠରେ ରହଣି ଭୋଗ । ଯେଉଁଥିରେ ଖଜା , ବଲ୍ଲଭ , ଲୁଣି ଖୁଡୁମା , ଗଜା , ଆଦି ଭୋଗ ରହିଥାଏ । ଆଉ ଏହି ଭୋଗ ଦୀର୍ଘଦିନ ଯାଏଁ ରହୁଥିବାରୁ ଏହାକୁ ରହଣି ଭୋଗ କୁହାଯାଏ ।