ଧାର୍ମିକ ବିଶ୍ୱାସ ଅନୁଯାୟୀ, ଯଦି କୌଣସି ବ୍ୟକ୍ତିର ମୃତ୍ୟୁ ପରେ ଶବଦାହ କରାଯାଏ ନାହିଁ କିମ୍ବା ଯଦି ଜଣେ ବ୍ୟକ୍ତି ଅକାଳରେ ମରିଯାଏ, ତେବେ ପରିବାର ସଦସ୍ୟଙ୍କ ସମେତ ପିତୃ ଦୋଷ ଭୋଗିବାକୁ ପଡିବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦି ଜଣେ ବ୍ୟକ୍ତିଙ୍କର ରାଶିଫଳରେ ପିତୃ ଦୋଷ ଥାଏ, ତେବେ ତାଙ୍କୁ ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିବ। ପିତୃ ଦୋଷ ଯୋଗୁଁ ପରିବାରରେ ଅନେକ ସମସ୍ୟା ଦେଖାଦେଇଥାଏ। ଯଦି ଆପଣଙ୍କୁ ପିତୃଦୋଷ ଲାଗିଥାଏ ତେବେ ଦୈନନ୍ଦିନ ଜୀବନରେ ଏହାର ଅନେକ ସଙ୍କେତ ଦେଖାଯାଏ।
ପରିବାରର କୌଣସି ସଦସ୍ୟଙ୍କ ଅବିବାହିତ ରହିବା-ପରିବାରର କୌଣସିର ସଦସ୍ୟଙ୍କ ବିବାହ ନ ହେଇପାରିବା ପିତୃଦୋଷକୁ ଦର୍ଶାଏ। ପରିବାରର ଯେକୌଣସି ବ୍ୟକ୍ତି ଯିଏ ବିବାହ ପାଇଁ ଯୋଗ୍ୟ, କିନ୍ତୁ ବିବାହ ହୋଇପାରେ ନାହିଁ। ପରିବାରର ଯେକୌଣସି ବ୍ୟକ୍ତି ବିବାହ କରିବା ପରେ କିମ୍ବା କୌଣସି କାରଣରୁ ଅଲଗା ଛାଡପତ୍ର ହୋଇଯାଏ, ତାହେଲେ ଜାଣିବେ ଆପଣଙ୍କ ଉପରେ ପିତୃ ଦୋଷ ଲାଗିଛି।