News 18 Odia Digital ପୁରୀ : ପବିତ୍ର ସରସ୍ୱତୀ ପୂଜା ତଥା ବସନ୍ତ ପଞ୍ଚମୀ ଅବସରରେ ପୁରୀ ଶ୍ରୀମନ୍ଦିରରେ ବେଣ୍ଟଯାତ୍ରା ନୀତି ଅନୁଷ୍ଠିତ ହୋଇଥିଲା । ପ୍ରଭୁ ମଦନମୋହନଙ୍କ ସହ ଶ୍ରୀଦେବୀ ଏବଂ ଭୂଦେବୀ ଗୁରବାର ଦିନ ସୁସଜ୍ଜିତ ବିମାନ ମଧ୍ୟରେ ଶ୍ରୀମନ୍ଦିରରୁ ଶ୍ରୀଜଗନ୍ନାଥ ବଲ୍ଲଭରେ ପହଞ୍ଚିଥିଲେ । ବୈଷ୍ଣବମାନେ ମତ ଦିଅନ୍ତି ଯେ, ଏହି ପର୍ବ ସହ ଶ୍ରୀରାମଚନ୍ଦ୍ରଙ୍କ ବନ ଗମନର ସମ୍ପର୍କ ରହିଛି । ବୈଷ୍ଣବମାନେ ମତ ଦିଅନ୍ତି ଯେ, ଏହି ପର୍ବ ସହ ଶ୍ରୀରାମଚନ୍ଦ୍ରଙ୍କ ବନ ଗମନର ସମ୍ପର୍କ ରହିଛି । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ପୁରୀ ଶ୍ରୀଜଗନ୍ନାଥ ବଲ୍ଲଭ ପରିସର ବେଣ୍ଟ ପୋଖରୀକୁ ନିଆଯିବାର ପରମ୍ପରା ରହିଛି । ବେଣ୍ଟ ପୋଖରୀରେ ପ୍ରଭୁ ରାମଚନ୍ଦ୍ର ବେଣ୍ଟ ଶିକାର କରିଥିଲେ। ସେଠାରେ ମିରିଗ ଭାବେ ପଇଡ଼ ଓ କସ୍ତୁରୀ ପୁଡ଼ିଆ ରଖାଯାଏ । ପ୍ରଭୁ ରାମଚନ୍ଦ୍ର ତୀର ମାଧ୍ୟମରେ ବେଣ୍ଟ ଶିକାର କରନ୍ତି । ବେଣ୍ଟ ଶିକାର ପର୍ବରେ ସନ୍ଧ୍ୟାଧୂପ ପରେ ମାଆ ସରସ୍ବତୀଙ୍କ ନିକଟରେ ପାଞ୍ଜି ପୂଜା କରାଯିବାର ପରମ୍ପରା ରହିଛି । ବସନ୍ତ ପଞ୍ଚମୀରେ ଆରମ୍ଭ ହୋଇଥିବା ବେଣ୍ଟ ଶିକାର ପର୍ବ ଦୋଳ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିଥାଏ ।