ପୁରାଣ ଅନୁଯାୟୀ, ଯେତେବେଳେ ବ୍ରହ୍ମା ବ୍ରହ୍ମାଣ୍ଡର ସୃଷ୍ଟି କାର୍ଯ୍ୟ ସମାପ୍ତ କଲେ, ସେତେବେଳେ ସେ ଦେଖିଲେ ଯେ ବ୍ରହ୍ମାଣ୍ଡରେ ସବୁକିଛି ଅଛି, କିନ୍ତୁ ସବୁକିଛି ନୀରବ, ଶାନ୍ତ ଓ ନିର୍ବୋଧ ଅବସ୍ଥାରେ ରହିଛନ୍ତି। ତା’ପରେ ସେ ନିଜ କମଣ୍ଡଳରୁ ପାଣି ବାହାର କରି ସିଞ୍ଚନ କଲେ, ଯେଉଁଥିରେ ସେଠାରେ ମାତା ସରସ୍ୱତୀ ଉପସ୍ଥିତ ହୋଇଥିଲେ। ସେ ତାଙ୍କ ହାତରେ ବୀଣା, ମାଳା ଓ ପୁସ୍ତକ ଧରିଥିଲେ। ମାତା ସରସ୍ୱତୀ ତାଙ୍କ ବୀଣା ସହ ବସନ୍ତ ରାଗ ଗାନ କଲେ। ଏହାର ଫଳ ସ୍ୱରୂପ, ସୃଷ୍ଟି ମଧ୍ୟରେ ସଞ୍ଚାର ଖେଳିଗଲା।। ସେହି ତାରିଖ ଥିଲା ମାଘ ପଞ୍ଚମୀ, ସେହି କାରଣରୁ ପ୍ରତିବର୍ଷ ଏହି ଦିନ ବସନ୍ତ ପଞ୍ଚମୀ ପାଳନ କରାଯାଏ ଓ ମାତା ସରସ୍ୱତୀଙ୍କୁ ପୂଜା କରାଯାଏ।