ଏକ ବଙ୍ଗାଳୀ ୟୁଟ୍ୟୁବ୍ ଚ୍ୟାନେଲ୍ ଏବେ ଖୁବ୍ ଲୋକପ୍ରିୟ ହେଉଛି । ଏହାର କାରଣ ହେଉଛି ଏହାର ସୁନ୍ଦରୀ କୁକ୍ (ରାନ୍ଧୁଣିଆଣୀ) ରିମ୍ପି (Rimpi) । ୟୁନିକ୍ ଭିଲେଜ୍ ଫୁଡ୍ (Unique Village Food) ନାମକ ଏହି ବଙ୍ଗାଳୀ ୟୁଟ୍ୟୁବ୍ ଚ୍ୟାନେଲରେ ରାନ୍ଧଣା ଦେଖିବା ପାଇଁ ହଜାର ହଜାର ଲୋକ ଆସୁଛନ୍ତି । ତା’ର ମୁଖ୍ୟ କାରଣ ହେଉଛି ଏହି ଚ୍ୟାନେଲର ସୁପର୍-ହଟ୍ କୁକ୍ (ରନ୍ଧନକାରିଣୀ), ଯାହାଙ୍କ ନାଁ ରିମ୍ପି (Rimpi)। ନେଟିଜେନମାନେ ତାଙ୍କ ପାଇଁ ହିଁ ଏହି ଚ୍ୟାନେଲକୁ ଦେଖି ଚାଲିଛନ୍ତି । ତିନି ସପ୍ତାହ ତଳେ ରିମ୍ପି ଅପଲୋଡ୍ କରିଥିବା ଆଳୁ ପୋସ୍ତ ତରକାରୀର ରେସିପିର ଭିଡିଓର ଦର୍ଶକ ସଂଖ୍ୟା ବଢ଼ିଚାଲିଛି । ଏବେ ଏହା ୮୫ ଲକ୍ଷରୁ ଅଧିକ ହେଲାଣି । ପ୍ରାୟ ୧୦ ଲକ୍ଷ ସୋସିଆଲ୍ ମିଡିଆ ବ୍ୟବହାରକାରୀ ତ ତାଙ୍କ ଟମାଟୋ ସସ୍ ରେସିପି ଦେଖିଛନ୍ତି । ରିମ୍ପିଙ୍କ USP (ବିଶେଷତ୍ୱ) ହେଉଛି ତାଙ୍କର ଲୁକ୍ । ଶାଢ଼ୀ ସହ ଖୋଲା ବ୍ଲାଉଜ୍ ପିନ୍ଧି ସେ ରାନ୍ଧଣା କରୁଥିବା ଦେଖାଯାଆନ୍ତି । ଏହି ପୋଷାକରେ ତାଙ୍କ ଯୌବନ ଜଳ ଜଳ ଦିଶୁଥାଏ, ଆଉ ଯୁବକମାନେ ତାଙ୍କୁ ହିଁ ଦେଖିବାକୁ ତାଙ୍କ ରେସିପି ଚ୍ୟାନେଲକୁ ଆସୁଥାନ୍ତି । ଗୋଟିଏ ପରେ ଗୋଟିଏ ଭିଡିଓରେ ରିମ୍ପି ଖୋଲା ଆକାଶ ତଳେ ଏକ ଗ୍ୟାସ୍ ସିଲିଣ୍ଡର୍ ରଖି ରାନ୍ଧିବା ପାଇଁ ବସୁଥିବା ଦେଖାଯାଉଛି । ପ୍ରତ୍ୟେକ ଭିଡିଓରେ ସେ ନିଜ ଦରମେଲା ବ୍ଲାଉଜ୍ ଦର୍ଶକମାନଙ୍କ ଆଖିରେ ପଡ଼ିବା ସୁନିଶ୍ଚିତ କରାଇଛନ୍ତି । ଏହି ଗରମ ଅବତାରରେ ସେ ଆଳୁ ପୋସ୍ତ, ବାଇଗଣ ଭରତା, ଟମାଟୋ ଭରତା ଓ ଅଣ୍ଡା ତରକାରୀ ଆଦି ନାନା ପ୍ରକାର ସୁସ୍ୱାଦୁ ତରକାରୀ ରାନ୍ଧନ୍ତି ।