ଫାଲଗୁନି ପାଠକ । ଜଣେ ଇଣ୍ଡିଆନ ସିଙ୍ଗର । ଗୁଜରାତର ପାରମ୍ପରିକ ମ୍ୟୁଜିକ ଦ୍ବାରା ସବୁ ବର୍ଷ ନବରାତ୍ରୀରେ ନିଜ ଗୀତ ମାଧ୍ୟମରେ ଦର୍ଶକଙ୍କୁ ଝୁମେଇ ଦେଉିଥିବା ଫାଲଗୁନି ପାଠକଙ୍କ କେବଳ ଯେ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ଫ୍ୟାନ ଫଲୋଇଙ୍ଗ ରହିଛି । ‘ଚୁଡି ଯୋ ଖନକାଇ ହାତୋ ମେଁ’,‘ମେନେ ପାୟଲ ହେ ଛନକାଇ’,‘ମେରୀ ଚୁନରୀ ଉଡ ଯାଏ’ଏସବୁ ଗୀତ ଗାଇବାକୁ ଯେବେ ଷ୍ଟେଜ ଉପରେ ଫାଲଗୁନି ଚଢ଼ନ୍ତି ସେତେବେଳେ ଷ୍ଟେଜ ତଳେ ଥିବା ଦର୍ଶକ ନିଜକୁ ସେହି ଗୀତରେ ଝୁମେଇବାକୁ ରୋକିପାରନ୍ତି ନାହିଁ । ପୁଅ ପରି ଦେଖାଯାଉଥିବା ଫାଲଗୁନି ପାଠକଙ୍କର ଆଜି ୫୪ତମ ଜନ୍ମଦିବସ ।
ଗୁଜରାତ କମ୍ୟୁନିଟିରେ ଫାଲଗୁନି ପାଠକଙ୍କ ସବୁବେଳେ ଡିମାଣ୍ଡ ରହିଛି । ତେବେ ନବରାତ୍ରୀ ଦିନମାନଙ୍କରେ ଫାଲଗୁନିଙ୍କ ଡିମାଣ୍ଡ ଅଧିକ ବଢ଼ିଯାଏ । ୧୨ ମାର୍ଚ୍ଚ ୧୯୬୯ରେ ଜନ୍ମଗ୍ରହଣ କରିଥିବା ଫାଲଗୁନି ୧୯୮୭ରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଫାଲଗୁନିଙ୍କ ପ୍ରଥମ ଆଲବମ୍ ୧୯୯୮ରେ ରିଲିଜ ହୋଇଥିଲା । ପ୍ରଥମ ମ୍ୟୁଜିକ ଆଲବମ ଏତେ ଫେମସ ହୋଇଥିଲା ଯେ ସେବେଠାରୁ ଫାଲଗୁନି ଆଉ ପଛକୁ ବୁଲି ଚାହିଁନାହାନ୍ତି । ବରଂ ସଫଳତାର ସିଡି ଚଢ଼ିଚାଲିଛନ୍ତି । ବହୁ ବଲିଉଡ ଫିଲ୍ମରେ ମଧ୍ୟ ସେ କଣ୍ଠଦାନ କରିଛନ୍ତି । ଆଜି ତାଙ୍କର ଜନ୍ମଦିନ ଅବସରରେ ତାଙ୍କ ଲାଇଫ ସହ ଜଡ଼ିତ ୫ଟି ଗୁରୁତ୍ବପୂର୍ଣ୍ଣ କଥା ଜାଣନ୍ତୁ ।
ଫାଲଗୁନି ପାଠକ ସବୁବେଳେ ଫ୍ୟାଣ୍ଟ, ସର୍ଟ ପିନ୍ଧି ଟମ୍ ବୟ ଭଳି ରହିବା ପଛରେ ଏକ କାରଣ ରହିଛି । ତାହା ହେଉଛି, ତାଙ୍କ ବାପା ମାଆଙ୍କର ୪ ଜଣ ଝିଅ ହେବା ପରେ ୫ମ ସନ୍ତାନ ପୁଅ ହେବ ବୋଲି ଆଶା ରଖିଥିଲେ । ତେବେ ତାହା ହୋଇନଥିଲା। ଏହି କାରଣରୁ ସେ ଛୋଟବେଳୁ ପୁଅଙ୍କ ପରି ପ୍ୟାଣ୍ଟସର୍ଟ ପିନ୍ଧନ୍ତି । ୫୪ ବର୍ଷରେ ମଧ୍ୟ ସେ ପୁଅଙ୍କ ପରି ପ୍ୟାଣ୍ଟସର୍ଟ ପିନ୍ଧିବାକୁ ପସନ୍ଦ କରନ୍ତି ।
ଫାଲଗୁନି ପାଠକ ବିବାହ କରିନାହାନ୍ତି । ସେ ଏତେ ଭଲ ସିଙ୍ଗର ଯେ ନିଜ ବାପାଙ୍କ ନ ଜଣାଇ ୯ ବର୍ଷ ବୟସରେ ସେ ପ୍ରଥମ ଷ୍ଟେଜ ଉପରେ ଗୀତ ଗାଇଥିଲେ । ଯାହା ଫାଲଗୁନିଙ୍କ ବାପା ଜାଣିବା ପରେ ତାଙ୍କ ଉପରେ ବିଗିଡିବା ସହ ତାଙ୍କୁ ମାରିଥିଲେ। ଫାଲଗୁନିଙ୍କ ମା’ହିଁ ତାଙ୍କୁ ଗୁଜରାତିର ପାରମ୍ପରିକ ଗୀତର ଚ୍ରେନିଂ ଦେଇଛନ୍ତି । ପରେ ସେ ଭବଦୀପ ଜୟପୁରୱାଲେଙ୍କ ଠାରୁ ୫ ବର୍ଷ ଗୀତ ଶିଖିବା ଟ୍ରେନିଂ ନେଇଥିଲେ । ୧୯୯୪ରେ ଫାଲଗୁନି ଗାଇଥିବା ଗୀତ ‘ତା ଥେୟା’ଖୁବ ନାଁ କମେଇଥିଲା ।
ଖୁବକମ୍ ଲୋକ ଜାଣିଥିବେ କି ଫାଲଗୁନି ପାଠକ ଜଣେ ଭଲ ସିଙ୍ଗର ସହ ଜଣେ କଷ୍ଟ୍ୟୁମ ଡିଜାଇନର । ‘ଦିଲ ବିଲ ପ୍ୟାର ବ୍ୟାର’,‘ଦିଲ୍ ହେ ତୁମାହାରା’ ଫିଲ୍ମରେ ଡିଜାଇନର କାମ କରିଛନ୍ତି । ଏହା ବ୍ୟତୀତ ଫାଲଗୁନି ବହୁ ଟିଭି ଶୋରେ କାମ ମଧ୍ୟ କରିଛନ୍ତି । ‘ତାରକ ମେହେତାକା ଓଲଟା ଚଷମା’,‘ବା-ବହୁ ଔର ବେବି’,‘କୌନ ବନେଗା କରୋଡପତି’,କମେଡି ନାଇଟସ ୱିଥ୍ କପିଲ ଆଦି ଶୋରେ ନଜର ଆସିଛନ୍ତି ଫାଲଗୁନି । ଆଜି ତାଙ୍କର ଜନ୍ମଦିନ ଅବସରରେ ନ୍ୟୁଜ 18 ପରିବାର ତରଫରୁ ବହୁତ ବହୁତ ଅଭିନନ୍ଦନ ଏବଂ ଶୁଭକାମନା