କାମ୍ୟା ପଞ୍ଜାବୀ ମଧ୍ୟ ପ୍ରଥମ ଥର ପାଇଁ ବଣ୍ଟି ନେଗିଙ୍କୁ ବିବାହ କରିଥିଲେ ଓ ତାଙ୍କର ଏକ ଝିଅ ଅଛି। କାମ୍ୟା ଏବଂ ବଣ୍ଟିଙ୍କ ବିବାହ ପ୍ରାୟ ଏକ ଦଶନ୍ଧି ଧରି ଚାଲିଥିଲା ଏବଂ ସେମାନେ ୨୦୧୩ ମସିହାରେ ଛାଡପତ୍ର ହୋଇଥିଲେ। ଏହା ପରେ କାମ୍ୟା ଦିଲ୍ଲୀର ଛାଡ଼ପତ୍ର ହୋଇଥିବା ବ୍ୟବସାୟୀ ଶଲଭ ଡାଙ୍ଗଙ୍କୁ ବିବାହ କରିଥିଲେ, ଯାହାଙ୍କର ପ୍ରଥମ ବିବାହରୁ ଏକ ପୁଅ ଅଛି। କୁହାଯାଏ ଯେ କାମ୍ଯା ଓ ଶଲଭ ମଧ୍ୟ ବିବାହ ପୂର୍ବରୁ ଲିଭ-ଇନରେ ରହୁଥିଲେ। ବର୍ତ୍ତମାନ, ଉଭୟ ପିଲା କାମ୍ଯା ଓ ଶଲଭଙ୍କ ସହିତ ଏକ ପରିବାରରେ ରହୁଛନ୍ତି।
ଅଭିନେତ୍ରୀ ଦିଆ ମିର୍ଜା ସାହିଲ ସାଂଘାଙ୍କ ସହ ଛାଡପତ୍ର ଘୋଷଣା କରିବା ସମୟରେ ପ୍ରଥମ ଥର ପାଇଁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଏହି ସମୟରେ, ଦିଆ ମିର୍ଜା ବୈଭବ ରେଖୀଙ୍କୁ ବିବାହ କରି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ରିପୋର୍ଟରେ ଦର୍ଶାଯାଇଛି ଯେ ସାହିଲଙ୍କ ସହ ବିବାହ ପୂର୍ବରୁ ଦିୟା ଏକ ଲାଇଭ-ଇନ୍ରେ ରହୁଥିଲେ। ଏପରିକି ସେ ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ।