ସୋନୁ ସୁଦଙ୍କ ଘରେ ଆୟକର ବିଭାଗର ଚଢ଼ାଉ ପରେ ଅଭିନେତା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରୁଛନ୍ତି । ସୋନୁ ନିଜର ପରିଶ୍ରମ ଓ ଦକ୍ଷତା ଆଧାରରେ ମୁମ୍ବାଇରୁ ପଞ୍ଜାବ ପର୍ଯ୍ୟନ୍ତ ଅନେକ ଧନ ଅର୍ଜନ କରିଛନ୍ତି । ପ୍ରତି ବର୍ଷ ଗଣେଶ ପୂଜାରେ ସେ ଗଣେପତି ବାପ୍ପାଙ୍କୁ ସମ୍ମାନ ସହିତ ସ୍ୱାଗତ କରନ୍ତି । ସେ ନିଜ ମୁମ୍ବାଇର ବିଳାସପୂର୍ଣ୍ଣ ଘରେ ଏକ ଅଲଗା ପୂଜା ରୁମ୍ ମଧ୍ୟ ନିର୍ମାଣ ତିଆରି କରିଛନ୍ତି । (ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁସୁଦ)
କେବଳ ଏତିକି ନୁହେଁ, ମୁମ୍ବାଇର ଜୁହୁ ଅଞ୍ଚଳରେ 'ଶକ୍ତି ସାଗର' ନାମକ ଏକ ପାଞ୍ଚ ମହଲା ହୋଟେଲ ମଧ୍ୟ ଅଛି ତାଙ୍କର । ଏହି ହୋଟେଲରେ ବେଆଇନ ନିର୍ମାଣ ଅଭିଯୋଗ ହେତୁ ନିକଟରେ ବି.ଏମ.ସି. ସହ ଅନେକ ବିବାଦ ଲାଗି ରହିଥିଲା। ଲକଡାଉନ ସମୟରେ ଦେଶବାସୀଙ୍କ ପାଇଁ ଅଭିନେତା ତାଙ୍କ ହୋଟେଲକୁ ଆଇସୋଲେସନ ସେଣ୍ଟରରେ ପରିବର୍ତ୍ତନ କରିଥିଲେ । (ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁସୁଦ)