ମୁମ୍ବାଇ: ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଓ ଶେହନାଜ ଗିଲଙ୍କ ଯୋଡ଼ି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଥିଲା, କିନ୍ତୁ ସିଦ୍ଧାର୍ଥଙ୍କ ହଠାତ୍ ଦେହାନ୍ତ ହେତୁ ଶେହନାଜଙ୍କ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ଗତ ବର୍ଷ ଜୁନ ୧୪ରେ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିବାବେଳେ ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ସହ ସମାନ ଘଟଣା ଘଟିଥିଲା । ଏପରି ଅନେକ ଦମ୍ପତି ଥିଲେ ଯେଉଁମାନେ ପ୍ରେମ କାହାଣୀ ଅସମ୍ପୂର୍ଣ୍ଣ ରହିଯାଇଛି । (ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସିଦ୍ଧାର୍ଥ ଶୁକ୍ଲା ଓ ରିଆ ଚକ୍ରବର୍ତ୍ତୀ)
'ବିଗ୍ ବସ୍ ୧୩'ର ବିଜେତା ସିଦ୍ଧାର୍ଥ ଶୁକ୍ଲା ଓ ଶେହନାଜ ଗିଲଙ୍କ ଯୋଡ଼ି ବିଗ୍ ବସ ଘରେ ତିଆରି ହୋଇଥିଲା। ଏହି ଯୋଡ଼ି ଏତେ ଲୋକପ୍ରିୟ ଥିଲା ଯେ ପ୍ରଶଂସକମାନେ 'ସିଡନାଜ୍' ନାମ ଦେଇଥିଲେ । ନିକଟରେ ଉଭୟଙ୍କ ଜବରଦସ୍ତ କେମେଷ୍ଟ୍ରି ଏକ ଡ୍ୟାନ୍ସ ରିୟାଲିଟି ଶୋରେ ଦର୍ଶକମାନେ ଦେଖିଥିଲେ । ହେଲେ ସିଡନାଜଙ୍କୁ ଆଉ ଏକାଠି ଦେଖିବାକୁ ମିଳିବ ନାହିଁ, କାରଣ ଶେହନାଜଙ୍କୁ ଏକୁଟିଆ କରି ଦୁନିଆ ଛାଡ଼ି ଚାଲି ଯାଇଛନ୍ତି ସିଦ୍ଧାର୍ଥ ।
ସୁଶାନ୍ତ ସିଂ ରାଜପୁତ ଓ ରିଆ ଚକ୍ରବର୍ତ୍ତୀଙ୍କ ପ୍ରେମ କାହାଣୀ ମଧ୍ୟ ଏକ ଯନ୍ତ୍ରଣାଦାୟକ ସମାପ୍ତ ହୋଇଥିଲା । ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଗାର୍ଲଫ୍ରେଣ୍ଡ ରିଆଙ୍କ ନାମକୁ ନେଇ ଅନେକ ବିବାଦ ଲାଗି ରହିଥିଲା। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ସୁଶାନ୍ତ, ରିଆଙ୍କୁ ବିବାହ କରିବାକୁ ଯୋଜନା କରିଥିଲେ ମଧ୍ୟ ଅଭିନେତା ଆତ୍ମହତ୍ୟା କରିବା ପରେ ଦୁଇଜଣଙ୍କ ପ୍ରେମ କାହାଣୀର ଅନ୍ତ ହୋଇଯାଇଛି ।