ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ (Shweta Tiwari) ଜୀବନ ଉତ୍ଥାନ-ପତନରେ ପରିପୂର୍ଣ୍ଣ । ତଥାପି ସେ ନିଜ ପ୍ରଶଂସକମାନଙ୍କ ପାଇଁ ସମୟ ବାହାର କରିବାକୁ ଭୁଲନ୍ତି ନାହିଁ । ସେ ନିଜର କିଛି ସୁନ୍ଦର ଫଟୋ ସୋସିଆଲ୍ ମିଡି଼ଆରେ ଶେୟାର୍ କରିଛନ୍ତି । ଫଟୋଗୁଡ଼ିକ ଯାହା ଇଣ୍ଟରନେଟରେ ଭାଇରାଲ ହେଉଛି । ଶ୍ୱେତା ତାଙ୍କର ସଦ୍ୟ ଫଟୋସୁଟରୁ ଇନଷ୍ଟାଗ୍ରାମରେ କିଛି ଫଟୋ ଶେୟାର୍ କରିଛନ୍ତି । ଏଥିରେ ସେ ଏକ ଡୀପ୍ ନେକଲାଇନ୍ ଓ ଥାଇ-ହାଇ ସ୍ଲିଟ୍ ଡ୍ରେସ୍ ପିନ୍ଧି ବହୁତ ସୁନ୍ଦର ଦିଶୁଛନ୍ତି । ତାଙ୍କର ଫଟୋଗୁଡ଼ିକ ଗୋଟିଏ ପରେ ଗୋଟିଏ ଭାଇରାଲ୍ ହେବାରେ ଲାଗିଛି । ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଏହି ଫଟୋଗୁଡ଼ିକ ମାତ୍ର ୨୩ ଘଣ୍ଟା ମଧ୍ୟରେ ଇନଷ୍ଟାଗ୍ରାମରେ ପାଖାପାଖି ତିନି ଲକ୍ଷ ଲାଇକ୍ ପାଇସାରିଛନ୍ତି । ଶ୍ୱେତା ଏକ ପୁଷ୍ପ-ମୁଦ୍ରିତ ଡ୍ରେସ୍ (flower-printed dress) ସହିତ ଏକ କମଳା ରଙ୍ଗର ହିଲ୍ ପିନ୍ଧିଛନ୍ତି । ଏହି ଫଟୋଗୁଡ଼ିକୁ ଦେଖି ପ୍ରଶଂସକମାନଙ୍କ ସହ ସେଲିବ୍ରିଟିମାନେ ମଧ୍ୟ ଶ୍ୱେତାଙ୍କ ଶୈଳୀ ଉପରେ ନିଜ ମନ୍ତବ୍ୟ ଦେଉଛନ୍ତି । ଶ୍ୱେତାଙ୍କ ଫ୍ୟାଶନ୍ ସେନ୍ସ ବିଷୟରେ ସମସ୍ତେ ପାଗଳ । ଅଭିନେତ୍ରୀଙ୍କ ଝିଅ ପଲକ ତିୱାରୀ ବି ତାଙ୍କର ଜଣେ ପ୍ରଶଂସିକା । ଏହି ଫଟୋ ଉପରେ ମନ୍ତବ୍ୟ ଦେଇ ସେ ମା’ ଶ୍ୱେତାଙ୍କ ପ୍ରତି ନିଜ ପ୍ରେମ ବ୍ୟକ୍ତ କରିଛନ୍ତି । ପଲକ ଲେଖିଛନ୍ତି, ‘‘ତୁମେ ସାହସୀ ବୋଲି ମୁଁ ସ୍ୱୀକାର କରୁଛି।’’ ‘ଖତରୋଁ କେ ଖିଲାଡି଼ ୧୧’ ଶୋ’ରେ ଟିଭି ପରଦାକୁ ଶ୍ୱେତା ବଳିଷ୍ଠ ରୂପେ ଫେରିଛନ୍ତି । ଏହି ଶୋ’ରେ ସେ ନିଜ ଷ୍ଟାଇଲ୍ ଦ୍ୱାରା ଦର୍ଶକମାନଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଛନ୍ତି । ଏକ ନୂଆ ପ୍ରଶିକ୍ଷକଙ୍କ ସହ ଏକ ନୂଆ ଜିମ୍ ରୁଟିନ୍ ସହିତ ଶ୍ୱେତା ତିୱାରୀ ବହୁତ ଓଜନ ହ୍ରାସ କରିଛନ୍ତି । ଶ୍ୱେତା ଶାଢ଼ୀ ପିନ୍ଧି ବହୁତ ସୁନ୍ଦର ଦିଶୁଛନ୍ତି । ଗତ କିଛି ମାସ ହେବ ଶ୍ୱେତା ବିବାଦରେ ଥିଲେ । ତାଙ୍କର ପୂର୍ବତନ ସ୍ୱାମୀ ଅଭିନବ କୋହଲି (Avinav Kohli) ତାଙ୍କୁ ପୁଅ ରେୟାନେଶଠାରୁ ଅଲଗା କରିଥିବା ସେ ଅଭିଯୋଗ କରିଥିଲେ । ଶ୍ୱେତା ତିୱାରୀ ଟିଭି ଧାରାବାହିକ 'କସୌଟି ଜିନ୍ଦେଗି କୀ'ରୁ ଲୋକପ୍ରିୟ ହୋଇଥିଲେ । ଏହା ପରେ ସେ ସଲମାନ ଖାନଙ୍କ ଶୋ’ ‘ବିଗ୍ ବସ୍’ରେ ଅଭିନୟ କରିଥିଲେ । (ସବୁ ଫଟୋ କ୍ରେଡିଟ୍: ଇନଷ୍ଟାଗ୍ରାମ / shweta.tiwari)