ଅଭିନେତ୍ରୀ ସାରା ଅଲି ଖାନ୍ (Sara Ali Khan) ଓ ତାଙ୍କ ମା’ ଅମୃତା ସିଂଙ୍କ (Amrita Singh) ପରସ୍ପରକୁ ଖୁବ୍ ଭଲ ପାଆନ୍ତି । ପ୍ରତ୍ୟେକ ମା’ ଓ ଝିଅଙ୍କ ପରି ଅଭିନେତ୍ରୀ ସାରା ଅଲି ଖାନ (Sara Ali Khan) ଓ ଅମୃତା ସିଂଙ୍କ (Amrita Singh) ବନ୍ଧନ ବି ଚମତ୍କାର । ଉଭୟ ମା’ ଓ ଝିଅ ପ୍ରାୟତଃ ଏକାଠି ଫଟୋସୁଟ୍ କରନ୍ତି ଓ ଏକାଠି ସମୟ ବିତାନ୍ତି । ଚଳଚ୍ଚିତ୍ରରେ ବହୁତ ବ୍ୟସ୍ତ ରହିବା ପରେ ମଧ୍ୟ ସାରା ନିଜ ମା’ଙ୍କ ସହ ସମୟ ବିତାଇବାକୁ ସମୟ ବାହାର କରିଥାନ୍ତି । ସାରା ଅଲି ନିଜ ମା’ ଅମୃତାଙ୍କ ସହ ସବୁ କିଛି ଶେୟାର୍ କରନ୍ତି, ଏପରିକି ହୃଦୟର ବିଷୟ ବି । ଅମୃତା ସିଂ ନିଜ ଝିଅ ସାରାଙ୍କ ପ୍ରେମ ସମ୍ପର୍କ ଉପରେ ବି ନଜର ରଖନ୍ତି । ଅଭିନେତ୍ରୀ ସାରା ଅଲି ଖାନ (Sara Ali Khan) ବର୍ତ୍ତମାନ ଅବିବାହିତ ଅଛନ୍ତି । ଅମୃତା ସିଂ ଚାହୁଁଛନ୍ତି ଯେ ସାରା ନିଜ କରିୟର୍ ଉପରେ ଧ୍ୟାନ ଦିଅନ୍ତୁ ଓ ଏବେ ପ୍ରେମରେ ପଡ଼ନ୍ତୁ ନାହିଁ । ମିଡି଼ଆ ରିପୋର୍ଟ ଅନୁଯାୟୀ ସାରା ଓ କାର୍ତ୍ତିକ ଆର୍ଯ୍ୟନଙ୍କ (Kartik Aryan) ପ୍ରେମ ସମ୍ପର୍କ ଭାଙ୍ଗିଯିବାର ମୁଖ୍ୟ କାରଣ ଅମୃତା ସିଂ ଥିଲେ । ଅମୃତା ସିଂ ଚାହୁଁଛନ୍ତି ଯେ ସାରା ଭଲ କରି ଚିନ୍ତା କରିବା ପରେ ଯାଇ କାହା ସହିତ ପ୍ରେମ ସମ୍ପର୍କ ବନାଇବା ଉଚିତ । ମିଡି଼ଆ ରିପୋର୍ଟ ଅନୁସାରେ ସାରା ଅଲି ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ଫିଲ୍ମ ‘କେଦାରନାଥ୍’ର ସୁଟିଂ ସମୟରେ ତାଙ୍କ ସହ ପ୍ରେମରେ ପଡି଼ଯାଇଥିଲେ । କିନ୍ତୁ ସେହି ପ୍ରେମ ବଢ଼ିବା ପୂର୍ବରୁ ଅମୃତା ସେହି କାହାଣୀକୁ ସମାପ୍ତ କରିଥିଲେ । ଏ ବିଷୟରେ ଅନେକ ଥର ମା’ ଓ ଝିଅଙ୍କ ମଧ୍ୟରେ ଝଗଡ଼ା ହେବାର ଖବର ମଧ୍ୟ ସାମନାକୁ ଆସିଥିଲା । ସାରା ମଧ୍ୟ ସାହିଦ କପୁରଙ୍କ (Shahid Kapoor) ସାନ ଭାଇ ଇଶାନ ଖଟ୍ଟରଙ୍କୁ (Ishan Khattar) ଭଲ ପାଉଥିଲେ । କୁହାଯାଏ ଯେ ଅମୃତା ସିଂ ସାରା ଓ ଇଶାନଙ୍କ ସମ୍ପର୍କକୁ ପସନ୍ଦ କରୁ ନ ଥିଲେ । ଅନିଲ କପୁରଙ୍କ ପୁଅ ହର୍ଷବର୍ଦ୍ଧନ କପୁରଙ୍କ (Harsh Varshan Kapoor) ସହ ସାରାଙ୍କ ଡେଟିଂ ବିଷୟରେ ମଧ୍ୟ ଖବର ଆସିଥିଲା । କିନ୍ତୁ ଅମୃତା ସିଂ ସାରାଙ୍କୁ ବୁଝାଇ ନିଜ କରିୟର ଉପରେ ଧ୍ୟାନ ଦେବାକୁ କହିଥିଲେ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସାରା ପୂର୍ବତନ ଗୃହ ମନ୍ତ୍ରୀ ସୁଶୀଲ କୁମାର ସିନ୍ଦେଙ୍କ ନାତି ବୀର୍ ପହାଡିଆଙ୍କୁ ମଧ୍ୟ ଡେଟ କରିଛନ୍ତି । କୁହାଯାଏ ଯେ ଯେତେବେଳେ ବି ସାରା କାହା ସହିତ ନିକଟତର ହେବା ଆରମ୍ଭ କରନ୍ତି, ଅମୃତା କ୍ରୋଧିତ ହୋଇଯାଆନ୍ତି । ବୋଧହୁଏ ଏହା ପଛରେ ଅମୃତା ସିଂଙ୍କ ନିଜ ଅଭିଜ୍ଞତା ରହିଛି । ଜଣେ ମା’ ଭାବରେ ସେ ଚାହୁଁ ନାହାଁନ୍ତି ଯେ ସାରା ନିଜ ଜୀବନରେ ଏକ ପ୍ରକାର ଭାବପ୍ରବଣ ଆଘାତର ସମ୍ମୁଖୀନ ହୁଅନ୍ତୁ । ସେଥି ପାଇଁ ଅମୃତା ବର୍ତ୍ତମାନ ସାରାଙ୍କୁ ନିଜ ସମସ୍ତ ଧ୍ୟାନକୁ କରିୟର ଗଢ଼ିବା ଉପରେ ଲଗେଇଦେବାକୁ କହୁଛନ୍ତି । ଏକ ଚାଟ୍ ଶୋ’ରେ ଯେତେବେଳେ ଅମୃତା ସିଂଙ୍କୁ ପଚରାଯାଇଥିଲା ‘ଆପଣଙ୍କ ଝିଅ ବିବାହ କରିଛନ୍ତି କି?’ ଅମୃତା କହିଥିଲେ ‘ଯଦି ମୋ’ ଝିଅ ତାହା କରେ ତେବେ ମୁଁ ତାକୁ ପିଟି ପକେଇବି!’ (ସବୁ ଫଟୋ ସୌଜନ୍ୟ: saraalikhan95 / Instagram) ସାରା ଅଲୀ ଖାନ୍ (Sara Ali Khan) ସାରା ଅଲୀ ଖାନ୍ (Sara Ali Khan) ସାରା ଅଲୀ ଖାନ୍ (Sara Ali Khan) ନିଜ ଭାଇ ଇବ୍ରାହିମ୍ ଖାନ୍ଙ୍କ ସହ ସାରା ଅଲୀ ଖାନ୍ (Sara Ali Khan) ମା’ ଓ ଭାଇଙ୍କ ସହ ସାରା ଅଲୀ ଖାନ୍ (Sara Ali Khan) ମା’ ଓ ଭାଇଙ୍କ ସହ ସାରା ଅଲୀ ଖାନ୍ (Sara Ali Khan) (ସବୁ ଫଟୋ ସୌଜନ୍ୟ: saraalikhan95 / Instagram)