ନିଜର ଦମଦାର ଅଭିନୟ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ଚାରୋଟି ଫିଲ୍ମଫେୟାର ପୁରସ୍କାର ଜିତିଥିବା କରିସ୍ମାଙ୍କ ଜୀବନକେ ଅନେକ ଥର ପ୍ରେମ ଆସିଛି। ହେଲେ କାହାରି ସହ ତାଙ୍କ ସମ୍ପର୍କ ସଠିକ୍ ଭାବରେ ଯୋଡି ହୋଇପାରି ନଥିଲା। ମିଡ଼ିଆ ରିପୋର୍ଟ ଅନୁଯାୟୀ, ୧୯୯୨ ରୁ ୧୯୯୫ ପର୍ଯ୍ୟନ୍ତ ସେ ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ସହ ସମ୍ପର୍କ ରଖିଥିଲେ, କିନ୍ତୁ କୌଣସି କାରଣରୁ ସମ୍ପର୍କ ଭାଙ୍ଗି ଯାଇଥିଲା।
ଜୟାଙ୍କ ଏହି ସର୍ତ୍ତ ହେତୁ କରିସ୍ମା ଅଭିଷେକଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ। ଯଦିଓ କିଛି ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଥିଲା ଯେ କରିସ୍ମାଙ୍କ ମା' ମଧ୍ୟ ବଚ୍ଚନ ପରିବାର ସମ୍ମୁଖରେ ଏକ ସର୍ତ୍ତ ରଖିଥିଲେ। ଯେଉଁଥିରେ ସେ କହିଥିଲେ କରିସ୍ମା ଅଭିଷେକଙ୍କୁ ସେତେବେଳେ ବିବାହ କରିବେ ଯେତେବେଳେ ଅମିତାଭ ବଚ୍ଚନ ନିଜ ସମ୍ପର୍ତ୍ତିର ଅଧା ଅଭିଷେକଙ୍କ ନାଁରେ କରିଦେବେ।