ସାଉଥ ସିନେମାର (South Cinema) ସୁନ୍ଦରୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ପୂଜା ହେଗଡ଼େ (Pooja Hegde) ଆଜିକାଲି ନିଜ ଫିଲ୍ମ ‘ରାଧେ ଶ୍ୟାମ୍’ (Radhe Shyam) ଓ ଅଭିନେତା ପ୍ରଭାସଙ୍କ ସହ ତାଙ୍କର ‘ଅନପ୍ରଫେସନାଲ୍ ଆଚରଣ’କୁ (unprofessional behaviour) ନେଇ ଚର୍ଚ୍ଚାରେ ଅଛନ୍ତି । ଏହାରି ଭିତରେ ସେ ଇନଷ୍ଟାଗ୍ରାମରେ କମଳା ରଙ୍ଗର ଡ୍ରେସ୍ ପିନ୍ଧି କିଛି ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ଚମତ୍କାର ଦିଶୁଛନ୍ତି । ଆପଣ ସେହି ଡ୍ରେସର ଦାମ୍ ଜାଣି ଆଶ୍ଚର୍ଯ୍ୟ ହୋଇଯାଇପାରନ୍ତି ।
ଠିକ୍ ଅଛି, ଯଦି ଆମେ ପୂଜା ହେଗଡେଙ୍କ ଆଗାମୀ ଫିଲ୍ମ (Pooja Hegde Movies) ବିଷୟରେ କଥା ହେବା, ତେବେ ସେ ରଣବୀର ସିଂଙ୍କ (Ranveer singh) ସହ 'ସର୍କସ୍', ପ୍ରଭାସଙ୍କ (Prabhas) ସହ ‘ରାଧେ ଶ୍ୟାମ୍’ (Radhe Shyam), ସଲମାନ ଖାନଙ୍କ (Salman khan) ସହ ‘କଭୀ ଇଦ୍ କଭୀ ଦିୱାଲୀ’ (Kabhi Eid Kabhi Diwali), ଚିରଞ୍ଜୀବୀ ଓ ରାମ ଚରଣଙ୍କ ସହିତ ‘ଆଚାର୍ଯ୍ୟ’ ଫିଲ୍ମରେ ନଜର ଆଶିବେ । ଏହା ବ୍ୟତୀତ ତାଙ୍କର ଆହୁରି ଅନେକ ଫିଲ୍ମ ପାଇପଲାଇନରେ ଅଛି ।