‘ନଗ୍ନ ଯୋଗ ନାରୀ’ ନାଆଁରେ ପ୍ରସିଦ୍ଧ ଏହି ଯୁବତାଙ୍କର ବିଭିନ୍ନ ଯୋଗ ମୁଦ୍ରାର ଏମିତି ଚିତ୍ତାକର୍ଷକ ଫଟୋ ସବୁ ଇନଷ୍ଟାଗ୍ରାମରେ ଆସିଛି । ଫଟୋଗୁଡ଼ିକ ଖୁବ୍ ଆଦୃତ ହୋଇଛି । ସମ୍ପୂର୍ଣ୍ଣ ନଗ୍ନ ହୋଇ ଯୋଗ କରୁଥିବା ଏହି ମହିଳା ଜଣେ ପୂର୍ବତନ ମଡେଲ୍ । ତାଙ୍କ ବୟସ ୨୬ ବର୍ଷ । ସେ ନିଜର ଚମତ୍କାର ଯୋଗ ପୋଜ୍ ଦ୍ୱାରା ଅନେକଙ୍କୁ ପ୍ରେରଣା ଦେଇଆସୁଛନ୍ତି । ଇନଷ୍ଟାଗ୍ରାମରେ ଏହି ନଗ୍ନ ଯୋଗ ନାରୀଙ୍କ ବିଭିନ୍ନ ଯୋଗ ମୁଦ୍ରାର କେତେକ ଚିତ୍ତାକର୍ଷକ ଫଟୋ ରହିଛି । ହେଲେ ସେ ଅଜ୍ଞାତ ରହିବାକୁ ପସନ୍ଦ କରନ୍ତି । ଆନ୍ତର୍ଜାତିକ ଯୋଗ ଦିବସ (International Yoga Day) ସମୟରେ ଅନେକ ଲୋକ ତାଙ୍କ ଠାରୁ ଯୋଗ ପାଇଁ ପ୍ରେରଣା ପାଉଛନ୍ତି । ଏହି ଯୁବତୀ ‘ନ୍ୟୁଡ୍ ଯୋଗ ଗାର୍ଲ’ ନାମରେ ଇନଷ୍ଟାଗ୍ରାମରେ ପ୍ରସିଦ୍ଧ । ନଗ୍ନ ହୋଇ ଯୋଗ କରିବା ସମୟରେ ସେ ନିଜର ଫଟୋ ଉଠାନ୍ତି ଓ ତାକୁ ଶେୟାର୍ କରନ୍ତି । ଇନଷ୍ଟାଗ୍ରାମରେ ଏହି ନଗ୍ନ ଯୋଗ ନାରୀଙ୍କର ୧୨ ଲକ୍ଷ ଫଲୋଅର୍ ଅଛନ୍ତି । ଲୋକମାନେ ତାଙ୍କର ଯୋଗ ମୁଦ୍ରାଗୁଡ଼ିକୁ ବେଶ୍ ପସନ୍ଦ କରୁଛନ୍ତି । ଏହି ‘ନଗ୍ନ ଯୋଗ ନାରୀ’ ପ୍ରକୃତିର ସାନ୍ନିଧ୍ୟରେ ଯୋଗ କରିବାକୁ ପସନ୍ଦ କରନ୍ତି । ଯୋଗ ତାଙ୍କ ଜୀବନକୁ ସରଳ ଓ ସାବଲୀଳ କରିଛି ବୋଲି ସେ ଥରେ ଏକ ସାକ୍ଷାତକାରରେ କହିଥିଲେ । ବିଭିନ୍ନ ଯୋଗ ଆସନ ଓ ମୁଦ୍ରାକୁ ସଠିକ୍ ଢଙ୍ଗରେ କରି ସେ ଲୋକଙ୍କୁ ଯୋଗ ବିଷୟରେ ଅବଗତ କରାଇଆସୁଛନ୍ତି । ଏହି ’ନଗ୍ନ ଯୋଗ ନାରୀ’ଯୋଗର କଠିନ ଆସନଗୁଡ଼ିକୁ ମଧ୍ୟ କରନ୍ତି । ସେ ଲକ୍ଷ ଲକ୍ଷ ଲୋକଙ୍କୁ ଯୋଗ କରିବା ପାଇଁ ପ୍ରେରଣା ଦେଇଆସିଛନ୍ତି । (ସବୁ ଫଟୋ ଇନଷ୍ଟାଗ୍ରାମରୁ)