ପରିଣିତି । ମୁମ୍ବାଇରେ ପହଞ୍ଚିସାରିଛନ୍ତି ସତ, କିନ୍ତୁ ତାଙ୍କ ମନକୁ ସେ ଦିଲ୍ଲୀରେ ଛାଡିଯାଇଛନ୍ତି । ଏବେ ବି ତାଙ୍କ ମନରେ ନିର୍ବଦ୍ଧ ସମୟର ମୁହୂର୍ତ୍ତ ନାଚି ଉଠୁଛି । ପରି ଏବଂ ରାଘବଙ୍କ ନିର୍ବଦ୍ଧ ଏବେ ବି ଲୋକଙ୍କ ଚର୍ଚ୍ଚାର ବିଷୟ ପାଲଟିଛି । ଏହାରି ଭିତରେ ପରିଣିତି ନିର୍ବଦ୍ଧ ସମୟର ସୁନ୍ଦର ସୁନ୍ଦର ଫଟୋ ସେୟାର କରିଛନ୍ତି । ଏହି ଫଟୋ ଗୁଡିକରୁ ଜଣାପଡୁଛି ଯେ ଦୁଇ ପରିବାର ମଧ୍ୟରେ ଖୁବ ଖସିର ମାହୋଲରେ ନିର୍ବଦ୍ଧ ସରିଛି ।
ଏକ ଇଣ୍ଟରଭ୍ୟୁରେ ପରିଣିତି ଚୋପ୍ରା କହିଥିଲେ, ସେ କୌଣସି ରାଜନେତାଙ୍କୁ ବିବାହ କରିବେ ନାହିଁ । କିନ୍ତୁ ଏବେ ତାଙ୍କ ମନ ରାଘବ ଚଢ଼ାଙ୍କୁ ବାଛି ସାରିଛି । ପିରିଣିତି ନିଜ ଇନଷ୍ଟାଗ୍ରାମରେ ନିର୍ବଦ୍ଧ ମୁହୂର୍ତ୍ତର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ପ୍ରଥମେ ରାଘବ ଏବଂ ତାଙ୍କର ଫଟୋ ରଖିଛନ୍ତି । ଏହି ଫଟୋରେ ସେ ରାଘବଙ୍କୁ ଆଲଙ୍ଗନ କରି ଠିଆ ହୋଇଥିବା ଦେଖିବାକୁ ମିଳିଛି ।
ପରିଣିତି ଚୋପ୍ରା ସଗାଇ ସମୟର ଏକ ଭାବବିହ୍ବଳ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ କାନ୍ଦୁଥିବାର ନଜର ଆସିଛନ୍ତି । ନୂଆ ଜୀବନର ଆରମ୍ଭକୁ ନେଇ ସେ ଭାବବିହ୍ବଳ ହୋଇଯାଇଥିଲେ । ଏହି ସମୟରେ ସେ ରାଘବଙ୍କ କାନ୍ଧରେ ମୁଣ୍ଡ ରଖି କାନ୍ଦୁ ପକେଇଥିଲେ । ଏବଂ ରାଘବ ପରିଙ୍କ ଲୁହ ପୋଛି ଦେଇଥିଲେ । ପରିଣିତି ଫଟୋ ସହ ଲେଖିଛନ୍ତି ଯେ, ପ୍ରଥମ ଦେଖାରେ ମୋତେ ଲାଗିଥିଲା କି ମୋ ଜୀବନ ସାଥି ମୋତେ ମିଳିଗଲା ବୋଲି, ଯିଏ ମୋତେ ସାହସ ଏବଂ ପ୍ରେରଣା ଯୋଗାଏ । ସେ ହି ମୋର ସବୁକିଛି । ଯାହା ଭାବିଥିଲା ତାଠାରୁ ଅଧିକ ମୁଁ ପାଇ ସାରିଛି ।