ବଲିଉଡ ଅଭିନେତ୍ରୀ ନୋରା ଫତେହିଙ୍କର (Nora Fatehi) କେତେକ ଅତି ବୋଲ୍ଡ ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ପସନ୍ଦ କରାଯାଉଛି। ଏହି ଭାଇରାଲ୍ ଫଟୋଗୁଡ଼ିକ ନୋରା ନିଜେ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେୟାର୍ କରିଥିଲେ । ଏହି ଫଟୋଗୁଡ଼ିକରେ ନୋରା ଏକ ନାଲି ରଙ୍ଗର ଡ୍ରେସ୍ ପିନ୍ଧି ଖୁବ୍ ସୁନ୍ଦର ଦିଶୁଛନ୍ତି । ନୋରା ଶେୟାର୍ କରିଥିବା ଫଟୋଗୁଡ଼ିକରେ ତାଙ୍କ ମାଦକ ଭଙ୍ଗୀ ଦେଖି ତାଙ୍କ ପ୍ରଶଂସକମାନେ ଖୁସିରେ ପାଗଳ ହେଉଛନ୍ତି । ନୋରା ଫତେହିଙ୍କ ଏହି ଫଟୋଗୁଡ଼ିକୁ ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି ଓ ଫଟୋଗୁଡ଼ିକ ଉପରେ ଅନେକ ମନ୍ତବ୍ୟ ବି ଦେଉଛନ୍ତି । ଏହି ଫଟୋକ ପୋଷ୍ଟ ହେବାର ମାତ୍ର ନଅ ଘଣ୍ଟା ମଧ୍ୟରେ ଇନଷ୍ଟାଗ୍ରାମରେ ୧୪ ଲକ୍ଷରୁ ଅଧିକ ଥର ପସନ୍ଦ କରାଯାଇଥିଲା ।ଏଥିରୁ ସୋସିଆଲ୍ ମିଡି଼ଆରେ ନୋରାଙ୍କ ଲୋକପ୍ରିୟତାର ଆକଳନ କରାଯାଇପାରେ । ନୋରା ସୋସିଆଲ୍ ନେଟୱାର୍କିଂ ସାଇଟ୍ ଇନଷ୍ଟାଗ୍ରାମରେ ବହୁତ ସକ୍ରିୟ ରହନ୍ତି ଓ ସୋସିଆଲ୍ ପ୍ଲାଟଫର୍ମ ମାଧ୍ୟମରେ ସର୍ବଦା ନିଜ ପ୍ରଶଂସକମାନଙ୍କ ସହିତ ଯୋଗାଯୋଗରେ ଥାଆନ୍ତି । ଇନଷ୍ଟାଗ୍ରାମରେ ନୋରାଙ୍କ ଫଲୋଅର୍ସ ସଂଖ୍ୟା ହେଉଛି ୨୯ ନିୟୁତ, ଅର୍ଥାତ୍ ଏହା ଦୁଇ କୋଟି ପାର୍ କରିସାରିଛି । ନୋରା ଫତେହି ବଲିଉଡରେ ନିଜ ଜବରଦସ୍ତ ନୃତ୍ୟ ପାଇଁ ଜଣାଶୁଣା । କେବଳ ନିଜ ନୃତ୍ୟ ଯୋଗୁଁ ସେ ଇଣ୍ଡଷ୍ଟ୍ରିରେ ବଡ଼ ସ୍ୱୀକୃତି ପାଇଛନ୍ତି ଦର୍ଶକମାନେ ତ ନୋରାଙ୍କ ନୃତ୍ୟ ବିଷୟରେ ପାଗଳ । ନୋରା ଖୁବ୍ ଶୀଘ୍ର ନିଜ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭୁଜ୍: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ ନଜର ଆସିବେ । ଫିଲ୍ମ ‘ଭୁଜ୍: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ ନୋରା ଅଜୟ ଦେବଗନ୍, ସଞ୍ଜୟ ଦତ୍ତ ଓ ସୋନାକ୍ଷୀ ସିହ୍ନାଙ୍କ ସହ ନଜର ଆସିବେ । (ସବୁ ଫଟୋ କ୍ରେଡିଟ୍: ଇନଷ୍ଟାଗ୍ରାମ @ ନୋରାଫତେହି)