ଗାୟକ-ଗାୟିକା ଦମ୍ପତି ନେହା କକ୍କଡ଼ (Neha Kakkar) ଓ ରୋହନପ୍ରୀତ ସିଂ (Rohanpreet Singh) ଯୁଆଡେ ଯାଆନ୍ତି ସବୁଠି ଏକତ୍ର ଦେଖାଯାଆନ୍ତି । ଇଭେଣ୍ଟଠାରୁ ଆରମ୍ଭ କରି ସର୍ବସାଧାରଣ ସ୍ଥାନ ପର୍ଯ୍ୟନ୍ତ ଉଭୟ ଏକ ରୋମାଣ୍ଟିକ୍ ମୁହୂର୍ତ୍ତ ଚୋରି କରିବାର ସୁଯୋଗ ଖୋଜିବାରେ ସଫଳ ହୁଅନ୍ତି । ରୋହନପ୍ରୀତ ସିଂ ଓ ନେହା କକ୍କଡ଼ ଆଜିକାଲି ପ୍ୟାରିସରେ ଛୁଟି ଉପଭୋଗ କରୁଛନ୍ତି । ସେଠାରୁ ନେହା ଅନେକ ସୁନ୍ଦର ଫଟୋ ଶେୟାର୍ କରିଛନ୍ତି । ଏହି ଫଟୋଗୁଡ଼ିକରେ ନେହା କକ୍କଡ଼ ଖୋଲାଖୋଲି ଭାବେ ନିଜ ସ୍ୱାମୀ ରୋହନପ୍ରୀତ ସିଂଙ୍କ ସହ ଲିପ୍-ଲକ୍ କରୁଥିବା ଦେଖାଯାଉଛି । ଏହା ଆଇଫିଲ୍ ଟାୱାର ସାମ୍ନାରେ ହେଉଛି । ନେହା କକ୍କଡ଼ ଓ ରୋହନପ୍ରୀତ ସିଂଙ୍କ ଏହି ରୋମାଣ୍ଟିକ୍ ଶୈଳୀକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି । ନେହା ଏକ ନାଲି ରଙ୍ଗର ଓଭରକୋଟ୍ ପିନ୍ଧିଛନ୍ତି । ତା’ ସହ ସେ ଏକ କଳା ଟପ୍ ଓ ଲାଲ୍ ମ୍ୟାଚିଂ ପ୍ୟାଣ୍ଟରେ ଦେଖାଯାଉଛନ୍ତି । ନେହା କକ୍କଡ଼ଙ୍କ ସହ ତାଙ୍କ ସ୍ୱାମୀ ବି ବହୁତ ଷ୍ଟାଇଲିସ୍ ଦେଖାଯାଉଛନ୍ତି । ରୋହନପ୍ରୀତ ସିଂ ଧଳା ପ୍ୟାଣ୍ଟ-ସୁଟ୍ ପିନ୍ଧିଛନ୍ତି । ଫଟୋଗୁଡ଼ିକରେ ନେହା ଓ ରୋହନପ୍ରୀତ ସିଂ ପରସ୍ପର ଓଠରେ ଓଠ ଥାପିଥିବା ନଜର ଆସିଛନ୍ତି । ଫଟୋଗୁଡ଼ିକୁ ଶେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘‘ପ୍ରେମରେ ପରିପୂର୍ଣ୍ଣ ସହର ପ୍ୟାରିସ, ଯାହା ବହୁତ ସୁନ୍ଦର ଦେଖାଯାଉଛି, କିନ୍ତୁ ଏସବୁ ତୁମେ ମୋ’ ଚାରି ପାଖରେ ଅଛ ବୋଲି । ମୋ’ର ପ୍ରେମ ତୁମ ବିନା କିଛି ନୁହେଁ ।’’ ନେହା କକ୍କଡ଼ ଶେୟାର୍ କରିଥିବା ଏହି ଫଟୋଗୁଡ଼ିକ ଉପରେ ରୋହନପ୍ରୀତ ବି ନିଜ ପ୍ରତିକ୍ରିୟା ରଖିଛନ୍ତି । ଫଟୋ ଶେୟାର୍ କରି ରୋହନପ୍ରୀତ କ୍ୟାପସନରେ ଲେଖିଛନ୍ତି, ‘‘ମୁଁ ତୁମକୁ ବହୁତ ଭଲ ପାଏ, ମୋ’ ପ୍ରେମ!’’ ଏହା ସହିତ ରୋହନପ୍ରୀତ ଏକ ହୃଦୟ ଇମୋଜି ପୋଷ୍ଟ କରିଛନ୍ତି । (ସବୁ ଫଟୋ କ୍ରେଡିଟ୍: ଇନଷ୍ଟାଗ୍ରାମ @nehakakkar)