ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ବିଶିଷ୍ଠ କଣ୍ଠଶିଳ୍ପୀ ଅନୁରାଧା ପଡଓ୍ବାଲ । ଉଭୟଙ୍କ ମଧ୍ୟରେ ଅନେକ ବିଷୟକୁ ନେଇ ଆଲାଚନା ହୋଇଥିଲା । ଲିଙ୍ଗରାଜଙ୍କ ମନ୍ଦିରରେ ଆୟୋଜିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଓଡ଼ିଶା ଗସ୍ତରେ ଆସିଥିଲେ ଅନୁରାଧା । ଓଡିଆରେ ଅନେକ ଭଜନ ଗାଇ ଲୋକପ୍ରିୟତା ସାଉଁଟିଛନ୍ତି ଏହି ଲୋକ ପ୍ରିୟ ଗାୟିକା ।