'ମିହିର ଭାଇ ତତେ କେତେ ଗେହ୍ଲା କରନ୍ତି ସେଇଥିପାଇଁ ତୁ ଏତେ ଶୀଘ୍ର ତାଙ୍କ ପାଖକୁ ଚାଲିଗଲୁ'..ଅକ୍ଲାନ୍ତ ଦାସଙ୍କ ମୃତ୍ଯୁରେ ଦୁଃଖ ପ୍ରକାଶ କରି ଏପରି ଲେଖିଛନ୍ତି ବେବି ପ୍ରଧାନ । ବରିଷ୍ଠ ଓଡ଼ିଆ ଅଭିନେତା ଦିବଂଗତ ମିହିର ଦାସଙ୍କ ପୁଅଙ୍କ ଦେହାନ୍ତ ହୋଇଛି। ମିହିର ଦାସଙ୍କ ଦୁଇ ପୁଅ ମଧ୍ୟରୁ ସାନ ପୁଅ ଅକ୍ଲାନ୍ତ ଦାସ (Aklant Das Death)ଇହଧାମ ତ୍ୟାଗ କରିଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ଯୁ ହୋଇଛି । ୧୯୯୬ ମସିହା ଅଗଷ୍ଟ ୧୮ରେ ଜନ୍ମଗ୍ରହଣ କରିଥିବା ଅକ୍ଲାନ୍ତ କଟକ ସ୍ଥିତ ଡିଏଭି ସ୍କୁଲରୁ ପାଠ ପଢା ଶେଷ କରିଥିଲେ । ଗତ ଏକ ମାସ ହେବ ତାଙ୍କର ବୃକକ ଜନିତ ସମସ୍ଯା ଥିବାରୁ ଚିକିତ୍ସା ଚାଲିଥିଲା । କଟକ ସତୀ ଚଉରାରେ ତାଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଛି । ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ବାପା ମିହିର ଦାସଙ୍କ ଅତି ନିଜର ଥଲେ। ୨୦୨୧ରେ ମିହିର ଦାସଙ୍କ ମୃତ୍ୟୁ ପରେ ତାଙ୍କ ଦଶାହ କାମ କରିବାକୁ ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେ କରୁଛି ବୋଲି ମଧ୍ୟ କହିଥିଲେ ଅକ୍ଲାନ୍ତ । ଜଣେ ପିତା ସହ ଅକ୍ଲାନ୍ତ ବାପାଙ୍କୁ ଅଭିନେତା ହିସାବରେ ଆଦର୍ଶ ବୋଲି ମନେ କରୁଥିଲେ। ଅକ୍ଲାନ୍ତ ମୃତ୍ଯୁକୁ ନେଇ ଶୋକବ୍ୟକ୍ତ କରିଛନ୍ତି ଅଭିନେତା ଅର୍ଦ୍ଧେନ୍ଦୁ। ଖୁବ ଶୀଘ୍ର ଆମ ମାନଙ୍କୁ ଛାଡି ଚାଲିଗଲୁ । Rip ହିରୋ ବୋଲି ଲେଖିଛନ୍ତି ଅଭିନେତା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ ବ୍ଯକ୍ତ