ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁର ଓ ମଲାଇକା ଅରୋରା ବଲିଉଡର ହଟ୍ କପଲଙ୍କ ମଧ୍ୟରେ ଅନ୍ୟତମ । ଏହି ଯୋଡ଼ିଙ୍କୁ ଏକାଠି ଦେଖିବାକୁ ବେଶ୍ ପସନ୍ଦ କରନ୍ତି ଫ୍ୟାନ୍ସ । ଇତିମଧ୍ୟରେ ପୁଣି ଥରେ ମିଡ଼ିଆ କ୍ୟାମେରାରେ କଏଦ ହୋଇଛନ୍ତି ଏହି ଯୋଡ଼ି ,ଯାହାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ଗୁଡ଼ିକରେ ମଲାଇକା ଓ ଅର୍ଜୁନ ଡିନର କରିବାକୁ ଯାଉଥିବାର ନଜର ଆସିଛନ୍ତି । ଏହି ସମୟରେ ଉଭୟ ପରସ୍ପରର ହାତ ଧରିଥିବାର ଦେଖାଯାଉଛନ୍ତି । (ଫଟୋ ସୌଜନ୍ୟ: Viral Bhayani)