ମଲାଇକା ଅରୋରାଙ୍କୁ ତାଙ୍କ ପୂର୍ବତନ ସ୍ୱାମୀ ଅରବାଜ ଖାନଙ୍କ ସହ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ଉଭୟ ଏୟାରପୋର୍ଟରୁ ପୁଅ ଅରହାନଙ୍କୁ ଗ୍ରହଣ କରିବାକୁ ଆସିଥିଲେ। ଉଚ୍ଚ ଅଧ୍ୟୟନ ହେତୁ ଅରହାନ ବିଦେଶରେ ଥିଲେ । ଶୀତଦିନିଆ ଛୁଟି ପାଇଁ ସେ ମୁମ୍ବାଇ ଘରକୁ ଫେରିଛନ୍ତି । ଯାହାର ଇମୋସନାଲ ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ମୁମ୍ବାଇ: ମଲାଇକା ଅରୋରା ଓ ତାଙ୍କ ପୂର୍ବତନ ସ୍ୱାମୀ ଅରବାଜ ଖାନ ଶୁକ୍ରବାର ରାତିରେ ପୁଅ ଅରହାନଙ୍କୁ ନେବା ପାଇଁ ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିଥିଲେ। ତାଙ୍କ ପୁଅ ବିଦେଶର ଏକ କଲେଜରେ ପଢୁଛନ୍ତି ଓ ଶୀତଦିନିଆ ଛୁଟିରେ ଘରକୁ ଆସିଛନ୍ତି । (ଫଟୋ ସୌଜନ୍ୟ: Viral Bhayani) ଉଭୟ ମଲାଇକା ଓ ଅରବାଜ ଅରହାନଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଥିଲେ। (ଫଟୋ ସୌଜନ୍ୟ: Viral Bhayani) ଉଚ୍ଚଶିକ୍ଷା ପାଇଁ ଚଳିତ ବର୍ଷ ଅଗଷ୍ଟରେ ଅରହାନ ଦେଶ ଛାଡ଼ି ବିଦେଶ ଯାଇଥିଲେ। (ଫଟୋ ସୌଜନ୍ୟ: Viral Bhayani) ମଲାଇକା ଇନଷ୍ଟାଗ୍ରାମରେ ଅରହାନଙ୍କ ବିଷୟରେ ପୋଷ୍ଟ କରୁଛନ୍ତି ଓ ପ୍ରାୟତଃ ସେ ତାଙ୍କୁ କେତେ ମିସ୍ କରୁଛନ୍ତି ସେ ବିଷୟରେ ଜାଣାଇ ସାରିଛନ୍ତି । (ଫଟୋ ସୌଜନ୍ୟ: Viral Bhayani) ଯେତେବେଳେ ଅରହାନ ଦେଶ ଛାଡ଼ି ଚାଲିଗଲେ, ମଲାଇକା ତାଙ୍କ ସହ ଏକ ଫଟୋ ଶେୟାର କରି ଲେଖିଥିଲେ, 'ଆମେ ଦୁହେଁ ଏକ ନୂଆ ତଥା ଅଜ୍ଞାତ ଯାତ୍ରା ପାଇଁ ଯାଉଛୁ, ନର୍ଭସେସ୍, ଭୟ, ଉତ୍ସାହ, ନୂଆ ଅନୁଭୂତି।’’ (ଫଟୋ ସୌଜନ୍ୟ: Viral Bhayani) ମଲାଇକା ଆହୁରି ଲେଖିଥିଲେ, 'ମୁଁ ଜାଣେ ମୋର ଅରହାନ ପାଇଁ ମୁଁ ଗର୍ବିତ । ତୁମର ଡେଣା ବିସ୍ତାର କରିବା, ଉଡ଼ିବା ଓ ତୁମର ସମସ୍ତ ସ୍ୱପ୍ନକୁ ବଞ୍ଚିବାର ସମୟ ଆସିଛି । (ଫଟୋ ସୌଜନ୍ୟ: Viral Bhayani) ମଲାଇକା ଗତ ମାସରେ ପୁଅ ଅରହାନ ୧୯ତମ ଜନ୍ମ ଦିନରେ ଏକ ଫଟୋ ଶେୟାର କରି ଲେଖିଥିଲେ, 'ମୋର ବର୍ଥଡେ ବୟ । ମୁଁ ତୁମକୁ ବହୁତ ମିସ୍ କରୁଛି ।’’ (ଫଟୋ ସୌଜନ୍ୟ: Viral Bhayani) ୨୦୧୭ରେ ମଲାଇକା ଓ ଅରବାଜ ପରସ୍ପରକୁ ଛାଡପତ୍ର ଦେଇଥିଲେ । ମଲାଇକା ଅର୍ଜୁନ କପୁରଙ୍କ ସହ ସମ୍ପର୍କ ଥିବାବେଳେ ଅରବାଜ ଜର୍ଜିଆ ଆଣ୍ଡ୍ରିଆନିଙ୍କ ସହ ସମ୍ପର୍କ ରଖିଛନ୍ତି। (ଫଟୋ ସୌଜନ୍ୟ: Viral Bhayani) ଗୀତା କପୁର ଓ ଟେରେନ୍ସ ଲୁଇସଙ୍କ ସହ ମଲାଇକା 'ଇଣ୍ଡିଆଜ୍ ସୁପର୍ ଡ୍ୟାନ୍ସର'ରେ ଜଜ୍ ଭାବରେ ନଜର ଆସିଛନ୍ତି। (ଫଟୋ ସୌଜନ୍ୟ: Viral Bhayani)