ଯେତେବେ ଅଭିନେତ୍ରୀ କ୍ୟାଟ୍ରିନା ଓ ବିକ୍କିଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା, ସେହି ସମୟରେ କେହି ମଧ୍ୟ ଦୁଇଜଣଙ୍କ କଥା ଜାଣିନଥିଲେ। ଦୁଇଜଣ ମଧ୍ୟ କେବେ ନିଜ ପ୍ରେମ ସମ୍ପର୍କ ବିଷୟରେ ମଧ୍ୟ ମୁହଁ ଖୋଲିନଥିଲେ। ହେଲେ ହଠାତ ବିବାହ କଥା କହି ସମସ୍ତଙ୍କୁ ଚକିତ କରିଦେଇଥିଲେ ଏହି ଯୋଡି। ୨୦୨୧ରେ, ଏହି ଲଭବାର୍ଡ ରାଜସ୍ଥାନରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ କିଛି ସମୟ ପରେ କ୍ୟାଟ୍ରିନା ଗର୍ଭବତୀ ଥିବା ଖବର ନିଆଁ ପରି ବ୍ୟାପିଯାଇଥିଲା। ଯାହା ବିଷୟରେ ଏଯାବତ ସେ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି। ହେଲେ ଚର୍ଚ୍ଚାରେ ରହିଆସୁଛି ତାଙ୍କ ବେବି ବମ୍ପ ଫଟୋ।
ଯେତେବେଳେ ବି କ୍ୟାଟ୍ରିନା ଘରୁ ବାହାରକୁ ଆସିନ୍ତି, ସୋସିଆଲ ମିଡ଼ିଆରେ ତାଙ୍କ ଫଟୋ ସଙ୍ଗେ ସଙ୍ଗେ ଭାଇରାଲ ହେବାରେ ଲାଗେ। ସେ ସ୍ବାମୀ ବିକ୍କିଙ୍କ ସହ ନିଜର ଫଟୋ ମଧ୍ୟ ଫ୍ୟାନ୍ସଙ୍କ ପାଇଁ ସେୟାର କରୁଥିବାର ନଜର ଆସନ୍ତି। ବର୍ତ୍ତମାନ ଆପଣଙ୍କ ଦେଖୁଥିବା ଏହି ଫଟୋ ଏକ ଆୱାର୍ଡ ଫଙ୍କସନର। ଯେଉଁଥିରେ କ୍ୟାଟ ଏକ ସୁନ୍ଦର ଗାଉନରେ ନଜର ଆସୁଛନ୍ତି। ତାଙ୍କର ଏହି ଫଟୋକୁ ନେଇ ଚର୍ଚ୍ଚା ହୋଇଥିଲା।