ଅଭିଷେକ ବଚ୍ଚନଙ୍କ ସହ ନିର୍ବନ୍ଧ ପରେ କରିସ୍ମାଙ୍କ ନାମ ଶ୍ରେଷ୍ଠ ଅଭିନେତ୍ରୀ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା। କିଛି ମାସ ମଧ୍ୟରେ ଉଭୟଙ୍କ ନିର୍ବନ୍ଧ ଭାଙ୍ଗି ଗଲା। ପରେ କରିସ୍ମା ଶୀଘ୍ର ବ୍ୟବସାୟୀ ସଞ୍ଜୟ କପୁରଙ୍କୁ ବିବାହ କରିଲେ। ବିବାହ ପରେ କରିସ୍ମା ତାଙ୍କ ଜୀବନରେ ଅନେକ ଉତ୍ଥାନ-ପତନ ଦେଖିଥିଲେ ଓ ଏହି କାରଣରୁ ତାଙ୍କ କ୍ୟାରିୟର ମଧ୍ୟ ତଳକୁ ଖସି ଆସିଥିଲା ।
ଏହା ବ୍ୟତୀତ, ପିଲାମାନଙ୍କର ପ୍ରତିପୋଷଣ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ, ସଞ୍ଜୟ ବିବାହ ଭାଙ୍ଗିବାର ୭ ବର୍ଷ ପରେ ମଧ୍ୟ କରିସ୍ମାଙ୍କୁ ମାସକୁ ପ୍ରାୟ ୧୦ ଲକ୍ଷ ଟଙ୍କା ଦିଅନ୍ତି। କରିସ୍ମାଙ୍କ ଛାଡପତ୍ର ପରେ ସଞ୍ଜୟ ତୃତୀୟ ଥର ବିବାହ କରିଛନ୍ତି। ତାଙ୍କ ପତ୍ନୀ ହେଉଛନ୍ତି ପ୍ରିୟା ସଚ୍ଚଦେବ। ଉଭୟଙ୍କର ଏକ ପୁଅ ମଧ୍ୟ ଅଛି। ସଞ୍ଜୟଙ୍କ ସହ ପ୍ରିୟାଙ୍କର ଦ୍ୱିତୀୟ ବିବାହ ମଧ୍ୟ ହୋଇଛି।