ଜଣେ ସେଲିବ୍ରିଟି ହେବାର ଅନେକ ଭଲ ଓ ଖରାପ ଦିଗ ଅଛି । ଆଜିର ସୋସିଆଲ୍ ମିଡି଼ଆ ଯୁଗରେ ସୁବିଧା ଅପେକ୍ଷା ଏହାର ଅଧିକ ଅସୁବିଧା ଅଛି, ବିଶେଷତଃ ଯଦି ଆପଣ ଜଣେ ଆନ୍ତର୍ଜାତୀୟ ସେଲିବ୍ରିଟି । ୨୦୧୪ରେ ହଲିଉଡ୍ (Hollywood) ଅଭିନେତ୍ରୀ ଜେନିଫର୍ ଲରେନ୍ସଙ୍କ (Jennifer Lawrence) ବ୍ୟକ୍ତିଗତ ଫଟୋ ତାଙ୍କ ବିନା ଅନୁମତିରେ ଇଣ୍ଟରନେଟରେ ଲିକ୍ ହୋଇଯାଇଥିଲା । ଏକ ସଦ୍ୟ ସାକ୍ଷାତକାରରେ ଜେନିଫର୍ ଲରେନ୍ସ ତାଙ୍କ ନଗ୍ନ ଫଟୋ ଲିକ୍ ହେବା ବିଷୟରେ କହିଛନ୍ତି । ଏବେ ସେ ଗର୍ଭଧାରଣ ଯୋଗୁଁ ଖବରରେ ଅଛନ୍ତି ।
ଜେନିଫର ଏହା ପୂର୍ବରୁ ଏକ ସାକ୍ଷାତକାରରେ କହିଥିଲେ, ‘‘ଯେହେତୁ ମୁଁ ଜଣେ ପବ୍ଲିକ୍ ସେଲିବ୍ରିଟି ଓ ଜଣେ ଅଭିନେତ୍ରୀ, ତା’ର ଅର୍ଥ ନୁହେଁ ଯେ ମୁଁ ଏମିତି କିଛି କରିବାକୁ କାହାକୁ କହିଥିଲି । ଏହା ମୋ’ ଶରୀର ଓ ଏହା ମୋ’ ପସନ୍ଦ ହେବା ଉଚିତ୍ । କଥାଟି ହେଉଛି, ଯାହା ହେଲା ତାହା ମୋ’ ପସନ୍ଦ ନୁହେଁ, ତାହା ଅତି ଖରାପ ଜିନିଷ । ମୁଁ ବିଶ୍ୱାସ କରିପାରୁ ନାହିଁ ଯେ ଆମେ ଏମିତି ଦୁନିଆରେ ବାସ କରୁଛୁ ।’’