ଅନେକ ଲୋକ ଭାବନ୍ତି ଯେ ଆଜିକାଲି ହାତ ଓ ପାଦରେ କଳା ସୂତା ପିନ୍ଧିବା ଏକ ନୂଆ ଫ୍ୟାଶନ୍ (fashion)। ତେଣୁ ବର୍ତ୍ତମାନ କିଛି ଲୋକ ଏହି କଳା ସୂତାକୁ ଏକ ପ୍ରକାର ଅଳଙ୍କାର ଭାବରେ ବ୍ୟବହାର କରୁଛନ୍ତି । କେହି କେହି ହାତ ଓ ପାଦରେ କଳା ସୂତା ବାନ୍ଧିଲେ ଯେପରି ଛୋଟ ପିଲାଙ୍କୁ ନଜର ଲାଗିବନି (ଦୃଷ୍ଟି ହେବନି) ସେମିତି ଭାବି ବାନ୍ଧୁଛନ୍ତି । କିନ୍ତୁ ମନେରଖନ୍ତୁ, କଳା ସୂତା ସମସ୍ତଙ୍କ ପାଇଁ ଉପଯୁକ୍ତ ନୁହେଁ ଓ ଉପକାରୀ ନୁହେଁ । କଳା ସୂତା (black thread) ପିନ୍ଧିବା ପାଇଁ କିଛି ନିୟମ ବି ଅଛି । ସେହି ନିୟମ ନ ମାନିଲେ ଆପଣଙ୍କ ଜୀବନରେ ଉନ୍ନତି ବଦଳରେ ଅବନତି ଆସିପାରେ । ଏହି ସୂତା ବାନ୍ଧିବା ପାଇଁ ଥିବା ନିୟମ ଏଇଠି ପଢ଼ନ୍ତୁ ।
କିନ୍ତୁ ବିଛା ଓ ମେଷ ରାଶିରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ପାଇଁ କଳା ସୂତା ଆଦୌ ଶୁଭ ନୁହେଁ । ଜ୍ୟୋତିଷଙ୍କ ଅନୁସାରେ ମଙ୍ଗଳ ଏହି ଦୁଇଟି ରାଶିକୁ ନିୟନ୍ତ୍ରଣ କରିଥାଏ, ତେଣୁ କଳା ରଙ୍ଗ ସେମାନଙ୍କ ପାଇଁ ଭଲ ନୁହେଁ । ସେମାନେ କଳା ସୂତା ପିନ୍ଧିଲେ ସେମାନଙ୍କ ମନରେ ଅନିଶ୍ଚିତତା ଦେଖାଦେବ ଓ ସେମାନଙ୍କ ଜୀବନରେ ଅଧିକ ବିପଦ ଆସିବ ବୋଲି ଜ୍ୟୋତିଷମାନେ କହିଛନ୍ତି ।