ଫେବୃଆରୀ ୪ରେ ଅଶ୍ଳୀଳ ଫିଲ୍ମ ରାକେଟର (pornography racket) ପର୍ଦ୍ଦାଫାସ କରିବା ବେଳେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚର ପ୍ରପର୍ଟି ସେଲ୍ ମୋ’ଟ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । କିଛି ଦିନର ତଦନ୍ତ ପରେ ଏହି ମାମଲାରେ ଆଉ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ମୁମ୍ବାଇ କ୍ରାଇମ ବ୍ରାଞ୍ଚର ଏହି ବଡ଼ ସଫଳତାର ମାତ୍ର ସପ୍ତାହକ ପରେ ହିଁ ସନ୍ଦେହଜନକ କାର୍ ମାମଲା ଓ ମନସୁଖ ହିରେନ ହତ୍ୟା ମାମଲା (Mansukh Hiren murder case) ଯୋଗୁଁ ମୁମ୍ବାଇ ପୋଲିସ ବିତର୍କ ଭିତରକୁ ଆସିଥିଲା, ଯେଉଁଥି ପାଇଁ ମୁମ୍ବାଇ ପୋଲିସର ମୁଖ୍ୟଙ୍କ ସମେତ କ୍ରାଇମ୍ ବ୍ରାଞ୍ଚ୍ ଓ ସିଟି ପୋଲିସର ସବୁ ଅଧିକାରୀ ଓ କର୍ମଚାରୀମାନଙ୍କ ବଦଳି ହୋଇଯାଇଥିଲା ।

ଏହି ହଇଚଇ ଯୋଗୁଁ ଅଶ୍ଳୀଳ ଫିଲ୍ମ ମାମଲାର (pornography case) ତଦନ୍ତ ଆଗକୁ ବଢ଼ିପାରି ନ ଥିଲା । ପୋଲିସର ପ୍ରପର୍ଟି ସେଲ୍ ଏହି ମାମଲାରେ ଏପ୍ରିଲ୍ ୨୦୨୧ରେ ଚାର୍ଜଶିଟ୍ ଦାଖଲ କରିଥିଲା, ଯେଉଁଥିରେ ରାଜ କୁନ୍ଦ୍ରାଙ୍କ (Raj Kundra) ନାମ ନ ଥିଲା। ଚାର୍ଜଶିଟ୍ ଦାଖଲ ହେବା ପରେ ରାଜ କୁନ୍ଦ୍ରା ଅନୁଭବ କଲେ ଯେ ପର୍ଣ୍ଣ ରାକେଟ୍ ମାମଲାର ପୂରା ସମାଧାନ ହୋଇଯାଇଛି । ତେଣୁ ସେ ଏବଂ ତାଙ୍କ ଟିମ୍ ବିନା ଦ୍ୱିଧାରେ ପ୍ଲାନ୍ ‘ବି’ କାର୍ଯ୍ୟକାରୀ କରିବା କାର୍ଯ୍ୟ ଆରମ୍ଭ କରିଦେଇଥିଲେ । କିନ୍ତୁ ଯେତେବେଳେ ଜୁନ୍ ମାସରେ କ୍ରାଇମ୍ ବ୍ରାଞ୍ଚକୁ ଆସିଥିବା ନୂଆ ଅଧିକାରୀମାନେ ସେହି ପୁରୁଣା ମାମଲାଗୁଡ଼ିକର ତଦନ୍ତ ଆରମ୍ଭ କଲେ, ସେମାନେ ସେହି ଅଶ୍ଳୀଳ ଫିଲ୍ମ ମାମଲାର ଫାଇଲ୍ ପାଇଲେ ।
ନୂଆ ପୋଲିସ ଅଧିକାରୀମାନେ ଫାଇଲରେ ଥିବା ଡକ୍ୟୁମେଣ୍ଟଗୁଡ଼ିକୁ ଭଲଭାବେ ପଢ଼ିବା ପରେ ସେଥିରେ ଅଶ୍ଳୀଳ ଫିଲ୍ମ ମାମଲାରେ ରାଜ କୁନ୍ଦ୍ରା ଓ ତାଙ୍କ କମ୍ପାନୀ ହଟ୍ସଟ୍ସର ସମ୍ପୃକ୍ତି ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଲେ । ଏହି ସମୟରେ ସେମାନେ ଉମେଶ କାମାତ ଓ ରାଜ କୁନ୍ଦ୍ରାଙ୍କ ମଧ୍ୟରେ ହୋଇଥିବା ହ୍ୱାଟସ୍-ଆପ୍ ଚାଟ୍ ବି ସେହି ଫାଇଲରେ ପାଇଥିଲେ । ଏହି ଚାଟ୍ ହିଁ ରାଜ କୁନ୍ଦ୍ରାଙ୍କୁ ଏହି ରାକେଟର ମାଷ୍ଟରମାଇଣ୍ଡ୍ ବୋଲି କହିବା ପାଇଁ ଯଥେଷ୍ଟ ଥିଲା । ଏହି ସୂଚନା ପାଇବା ପରେ ମୁମ୍ବାଇ ପୋଲିସର (Mumbai Police) ପ୍ରପର୍ଟି ସେଲର ଏକ ଟିମ୍ ଏହି ମାମଲା ଉପରେ କାମ କରିବା ଆରମ୍ଭ କରିଥିଲା । ସେମାନେ ଅଳ୍ପ ଦିନ ମଧ୍ୟରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପାଇଥିଲେ ।
ଜୁଲାଇ ୧୯ ତାରିଖରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରିବାର ସପ୍ତାହକ ପୂର୍ବରୁ ମୁମ୍ବାଇ ପୋଲିସର ବରିଷ୍ଠ ଅଧିକାରୀମାନେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ ସିଧାସଳଖ ଗିରଫ ୱାରେଣ୍ଟ ନେଇ ଯିବା ପରିବର୍ତ୍ତେ ରାଜ କୁନ୍ଦ୍ରାଙ୍କ ଘର ଓ କାର୍ଯ୍ୟାଳୟରେ ସର୍ଚ୍ଚ କରାଯିବା ଉଚିତ ଓ ଦୃଢ଼ ପ୍ରମାଣ ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ।
ଜୁଲାଇ ୧୯ ତାରିଖରେ କ୍ରାଇମ୍ ବ୍ରାଞ୍ଚର ଗୋଟିଏ ଟିମ୍ ସର୍ଚ୍ଚ ୱାରେଣ୍ଟ ଜାରି କରିବାକୁ କୋର୍ଟକୁ ଯାଇଥିବା ବେଳେ ଅନ୍ୟ ଏକ ଟିମ୍ ଅନ୍ଧେରୀ ୱେଷ୍ଟରେ ଷ୍ଟାଣ୍ଡବାଇ ମୋଡରେ ଅପେକ୍ଷା କରି ରହିଥିଲା । ସର୍ଚ୍ଚ ୱାରେଣ୍ଟ ମିଳିଯିବା ମାତ୍ରେ ଅପରାହ୍ଣ ପ୍ରାୟ ୩ଟା ବେଳେ ଷ୍ଟାଣ୍ଡବାଇ ମୋଡରେ ଥିବା ଟିମ୍ ରାଜ କୁନ୍ଦ୍ରାଙ୍କ ଭିଆନ୍ କମ୍ପାନୀର କାର୍ଯ୍ୟାଳୟରେ ସର୍ଚ୍ଚ କରିବା ଆରମ୍ଭ କରିଦେଇଥିଲା । ସର୍ଚ୍ଚ ଅପରେସନ୍ ବିଷୟରେ ସୂଚନା ପାଇବା ପରେ ରାଜ କୁନ୍ଦ୍ରା ନିଜ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସର୍ଚ୍ଚ ସମୟରେ କ୍ରାଇମ୍ ବ୍ରାଞ୍ଚ୍ ଟିମ୍ ସେଠାକାର କମ୍ପ୍ୟୁଟର୍ ସର୍ଭରରୁ ବହୁ ସଂଖ୍ୟକ ପର୍ଣ୍ଣ ଭିଡିଓ (porn video) ପାଇଥିଲା ।
ସର୍ଚ୍ଚ ସମୟରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା ଏହା ଯେ ରାଜ କୁନ୍ଦ୍ରା ରିୟାନ୍ ଥର୍ପେଙ୍କୁ ଅନ୍ୟ ସର୍ଭରରେ ଥିବା ସବୁ ଡାଟା ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଓ ଦୁହେଁ ମିଶି ଅନେକ ତଥ୍ୟ ଡିଲିଟ୍ କରିଥିଲେ । କ୍ରାଇମ୍ ବ୍ରାଞ୍ଚ୍ ଟିମ୍ ତୁରନ୍ତ ଏହାର ସୂଚନା ବରିଷ୍ଠ ଅଧିକାରୀମାନଙ୍କୁ ଦେଇଥିଲା । ସେଇଠୁ ବରିଷ୍ଠ ଅଧିକାରୀମାନଙ୍କୁ ସନ୍ଦେହ ହୋଇଥିଲା ଯେ ରାଜ କୁନ୍ଦ୍ରା ପଳାୟନ କରିପାରନ୍ତି । ତେଣୁ ତୁରନ୍ତ ଧାରା ୪୧ଏ (Section 41 A of PC) ଅନୁଯାୟୀ କୁନ୍ଦ୍ରା ଓ ରିୟାନଙ୍କୁ ନୋଟିସ୍ ଦିଆଯାଇଥିଲା । ରିୟାନ୍ ସେହି ନୋଟିସ୍ ନେଇଥିଲେ, କିନ୍ତୁ କୁନ୍ଦ୍ରା ତାହା ନେବାକୁ ମନା କରିଦେଇଥିଲେ ।