ବଲିଉଡ ଅଭିନେତ୍ରୀ ଏଶା ଦେଓଲ ଆଜି ତାଙ୍କର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଏହି ଦିନ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର ଓ ହେମା ମାଳିନିଙ୍କ ଝିଅ ୨୦୦୨ ଚଳଚ୍ଚିତ୍ର 'କୋଇ ମେରେ ଦିଲ୍ ସେ ପୁଛେ'ରୁ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରରେ ଇଶାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା ଓ ତାଙ୍କୁ 'କୋଇ ମେରେ ଦିଲ୍ ସେ ପୁଛେ' ପାଇଁ ଶ୍ରେଷ୍ଠ ଡେବ୍ୟୁ ଅଭିନେତ୍ରୀ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। ଫିଲ୍ମରେ ତାଙ୍କ ବିପକ୍ଷରେ ଆଫତାବ ଶିବଦାସାନୀଙ୍କୁ ଦେଖିବାକୁ ମିଳିଥିଲା।
୨୦୦୦ ମସିହାରେ ବଲିଉଡରେ ଏଶା ଦେଓଲ୍ ସକ୍ରିୟ ଥିଲେ। ୨୦୦୨ ମସିହାରେ, ସେ 'କୋଇ ମେରେ ଦିଲ୍ ସେ ପୁଛେ' ସହିତ ଅଭିନୟ ଜୀବନ ଆରମ୍ଭ କରିଥିଲେ, କିନ୍ତୁ ୨୦୧୧ ପରେ ସେ ବଡ଼ ପରଦାରୁ ନିଜକୁ ଦୂରେଇ ରଖିଥିଲେ। ନିକଟରେ ଇଶା ଖୋଲାଖୋଲି ଭାବେ କହିଥିଲେ ଯେ ସେ କାହିଁକି ୧୦ ବର୍ଷ ଧରି ବଲିଉଡରୁ କିଛି ଦୂରତା କରିଥିଲେ? ଇଶା ବର୍ତ୍ତମାନ ଅଜୟ ଦେବଗନଙ୍କ ୱେବ୍ ସିରିଜ୍ 'ରୁଦ୍ର - ଦ ଏଜ ଅଫ ଡ଼ାର୍କନେସ' ଜରିଆରେ ଫେରିବାକୁ ଯାଉଛନ୍ତି।
ଅଭିନେତ୍ରୀ କହିଥିଲେ ଯେ ମୁଁ ମୋ ସ୍ୱାମୀ ଭାରତ ତାଖତାନୀଙ୍କ ସହ ବସି ଏକ ପରିବାର ଆରମ୍ଭ କରିବାକୁ ଚାହୁଁଛି ମୁଁ କେବଳ ପ୍ରେମରେ ଥିଲି ଓ ଏହାକୁ ଉପଭୋଗ କରୁଥିଲି। ଯଦି ଏହା କାମ କରିଥାନ୍ତି ତେବେ ଭଲ ଭାବେ ଉପଭୋଗ କରିପାରି ନଥାନ୍ତି। ଇଶା ଦେଓଲ ଆହୁରି କହିଛନ୍ତି ଯେ ଯେତେବେଳେ ତୁମର ପିଲାମାନେ ବହୁତ ଛୋଟ, ସେତେବେଳେ ସବୁକିଛି ସଠିକ୍ ଧ୍ୟାନ ଦେବାକୁ ପଡ଼ିଥାଏ। ଇଶାଙ୍କ କହିବାନୁସାରେ, ଜଣେ ମହିଳା ପାଇଁ ଘର ବସେଇବା ଓ ପରିବାର ଆରମ୍ଭ କରିବା 'ଗୁରୁତ୍ୱପୂର୍ଣ୍ଣ' ହୋଇଥାଏ।