ଏହି ଫିଲ୍ମଟି ମୁମ୍ବାଇର ମରାଠା ମନ୍ଦିର ସିନେମା ହଲରେ ଗତ ୨୬ ବର୍ଷ ଧରି ଲଗାତର ଚାଲିଛି । ଗଲା ବର୍ଷ ମାର୍ଚ୍ଚ ମାସରେ କୋଭିଡ-୧୯ ପାଇଁ ଲକଡାଉନ୍ ଲାଗୁ ହେବା ପର୍ଯ୍ୟନ୍ତ ଦର୍ଶକମାନେ ଏହାକୁ ଦେଖିବା ପାଇଁ ଆସୁଥିଲେ । ବରିଷ୍ଠ ଚଳଚ୍ଚିତ୍ର ସମାଲୋଚକ ଶୈବାଳ ଚାଟାର୍ଜୀଙ୍କ ଅନୁଯାୟୀ ଏହି ଫିଲ୍ମଟି ତାଜା ଦେଖାଯାଉଛି, କିନ୍ତୁ ଏଥିରେ ନୂଆ ଚମକ ସହିତ ଜୀବନଯାପନର ପୁରୁଣା ପଦ୍ଧତି ସାମିଲ୍ ହୋଇଥିଲା ।
ଚାଟାର୍ଜୀଙ୍କ ଅନୁଯାୟୀ ହିନ୍ଦୀ ସିନେମା ଉପରେ ନିଜ ପ୍ରଭାବ ଦେଖାଇଥିବା ଫିଲ୍ମଙ୍କ ମଧ୍ୟରେ ୧୯୭୫ ମସିହାରେ ରିଲିଜ୍ ହୋଇଥିବା 'ଶୋଲେ' ପରେ 'DDLJ' ହେଉଛି ଦ୍ୱିତୀୟ ଚଳଚ୍ଚିତ୍ର । ଗତ ଦୁଇ ଦଶନ୍ଧି ମଧ୍ୟରେ ଦର୍ଶକଙ୍କ ଏକ ପୁରା ପିଢ଼ି ବୟସରେ ଆଗକୁ ବଢ଼ିଯାଇଛି, କିନ୍ତୁ କେତେକଙ୍କ ପାଇଁ ଏହି ଫିଲ୍ମର ପ୍ରାସଙ୍ଗିକତା ପ୍ରଥମ ଥର ପାଇଁ ସେମାନଙ୍କ ଫିଲ୍ମ ଦେଖିବାର ଅଭିଜ୍ଞତା ସହିତ ଜଡ଼ିତ ।
ମଥୁରାର ବାସିନ୍ଦା ପୂର୍ବତନ ବିଦ୍ୟାଳୟ ପ୍ରଧାନଶିକ୍ଷକ ୮୪ ବର୍ଷୀୟା ପ୍ରେମା ମହର୍ଷି ଯେତେବେଳେ ଏହି ଫିଲ୍ମକୁ ମନେପକାନ୍ତି ତାଙ୍କୁ ଏହାର ସବୁ ଠାରୁ ଲୋକପ୍ରିୟ ସଂଳାପ ‘‘ଜା ସିମରନ୍ ଜା, ଜୀ ଲେ ଅପନୀ ଜିନ୍ଦେଗୀ’’ ପ୍ରଥମେ ମନେପଡ଼ । ସେ ହାଲୁକା ଭାବରେ କହିଛନ୍ତି, ‘‘ଗୋଟିଏ କଥା ମୋତେ ଏବେ ବି ଆଶ୍ଚର୍ଯ୍ୟ କରକେ ଯେ ଶାହରୁଖ ଟ୍ରେନ୍ ଅଟକାଇବା ପାଇଁ ଚେନ୍ କାହିଁକି ଟାଣି ନ ଥିଲେ? ଯଦି ଟ୍ରେନ୍ କାଜୋଲଙ୍କୁ ନ ନେଇ ଷ୍ଟେସନରୁ ଚାଲିଯାଇଥା’ନ୍ତା ତେବେ କ’ଣ ହୋଇଥା’ନ୍ତା? କାଜୋଲଙ୍କୁ କେତେ ଦୌଡ଼ିବାକୁ ପଡ଼ିଥାନ୍ତା!’’
ସରକାରୀ ଅଧିକାରୀ ରୋହିତ ସାଗରଙ୍କ ଅନୁଯାୟୀ ଏହି ଫିଲ୍ମ ବାସ୍ତବ ଜୀବନ ଓ କଳ୍ପନାର ଏକ ନିଆରା ମିଶ୍ରଣ । କୋଲକାତାର ବାସିନ୍ଦା ସାଗର କହିଛନ୍ତି ଯେ ସେ DDLJକୁ ୧୯୯୫ରେ ୨୦ ବର୍ଷ ପୁରୁଣା ଓ ଆଜି ୪୫ ବର୍ଷ ପୁରୁଣା ବୋଲି ଭାବନ୍ତି । ସେ କହିଛନ୍ତି, ‘‘ନୂଆ ପିଢ଼ି ଏହି ଫିଲ୍ମକୁ ଟିକେ ପୁରୁଣା ମାନସିକତାର ବୋଲି ଭାବିପାରନ୍ତି, ଯଦିଓ ଏଥିରେ ଥିବା କେତେକ କଥା ଆଜିର ସମୟରେ ବି ପ୍ରାସଙ୍ଗିକ ।’’ (ସବୁ ଫଟୋ: ନ୍ୟୁଜ୍୧୮ ନେଟୱାର୍କ)