ଏହାପୂର୍ବରୁ, କାନ୍ସ ଫିଲ୍ମ ଫେଷ୍ଟିଭାଲରୁ ଦୀପିକା ପାଦୁକୋନଙ୍କ ରେଟ୍ରୋ ଲୁକ୍ ମଧ୍ୟ ଉଚ୍ଚ ପ୍ରଶଂସିତ ହୋଇଥିଲା। ଏହି ବର୍ଷ ଦୀପିକା କାନ୍ସରେ ଏକ ଜୁରି ସଦସ୍ୟ ଭାବରେ ଯୋଗ ଦେଇଛନ୍ତି। ଦୀପିକାଙ୍କ ପ୍ରଶଂସକଙ୍କ ପାଇଁ ଏହା ଏକ ବଡ଼ ଖବର। ଏଥି ସହିତ ଦୀପିକାଙ୍କ ଆଗାମୀ ଫିଲ୍ମ ବିଷୟରେ ଯଦି କଥା ହେବା ତାହାଲେ ସେ ଖୁବ୍ ଶୀଘ୍ର ଶାହରୁଖ ଖାନ ଓ ଜନ୍ ଅବ୍ରାହମଙ୍କ ସହ ‘ପଠାନ’ ଫିଲ୍ମରେ ନଜର ଆସିବେ।