ଅଧିକ ଫି ଚାର୍ଜ କରୁଥିବା ତାରକାଙ୍କ ତାଲିକାର ପ୍ରଥମ ନାମ ଅକ୍ଷୟ କୁମାରଙ୍କର ରହିଛି। ଅକ୍ଷୟଙ୍କୁ ବଲିଉଡ଼ର ଖିଲାଡ଼ି କୁମାର କୁହାଯାଏ। ଅକ୍ଷୟ କୁମାର ଫିଲ୍ମ 'Cinderella' ପାଇଁ ୧୩୫ କୋଟି ଟଙ୍କା ନେଇଥିବା ସୂଚନା ମିଳିଛି। ଦାମୀ ଷ୍ଟାର ତାଲିକାର ଦ୍ୱିତୀୟ ନାମ ହେଉଛି ସଲମାନ ଖାନ। ୨୦୧୭ରେ ରିଲିଜ ହୋଇଥିବା ଫିଲ୍ମ 'Tiger Zinda Hai' ପାଇଁ ସେ ସର୍ବାଧିକ ଫି ନେଇଥିଲେ। ଏହି ଫି'ରେ ପ୍ରଫିଟ୍ ସେୟର ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା। ମିଡ଼ିଆ ରିପୋର୍ଟ ଅନୁଯାୟୀ ସଲମାନ ଖାନ ଫିଲ୍ମ 'Tiger Zinda Hai' ପାଇଁ ୧୩୦ କୋଟି ଟଙ୍କା ନେଇଥିଲେ। ବହୁ ଦାମୀ ତାରକାଙ୍କ ଧାଡ଼ିରେ ପରବର୍ତ୍ତୀ ନମ୍ବର ଅମୀର ଖାନଙ୍କ ଆସିଛି। ଏକ ଖବର ଅନୁଯାୟୀ, ସେ ତାଙ୍କ ଫିଲ୍ମର ଲାଭାଂଶରୁ ଏକ ନିର୍ଦ୍ଧିଷ୍ଟ ପ୍ରତିଶତକୁ ଫି ଭାବେ ନିଅନ୍ତି। ଖବର ଅନୁଯାୟୀ, ଆମୀର ଫିଲ୍ମର ଆୟର ୭୫% ନିଜ ପାଖରେ ରଖନ୍ତି। ଶାହରୁଖ ଖାନ ମଧ୍ୟ ଲାଭାଂଶ ନିଅନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶାହାରୁଖ ଖାନ ଫିଲ୍ମର ଆୟର ୬୦% ରଖନ୍ତି। ଯଦି ହ୍ରିତିକ ରୋଶନଙ୍କ ବିଷୟରେ ଆଲୋଚନା କରିବା, ତେବେ ତାଙ୍କ ବିଷୟରେ ଖବର ଅଛି ଯେ ସେ Super 30 ଓ War ଭଳି ଫିଲ୍ମର ପ୍ରଫିଟରୁ ୫୦-୫୫% ନେଇଥିଲେ।