Actors Debut Film Fees: ଜୀବନର ପ୍ରତ୍ୟେକ ପ୍ରଥମ ଜିନିଷ ହେଉଛି ଏକ ବିଶେଷ, ପ୍ରଥମ କାମ ହେଉ କିମ୍ବା ପ୍ରଥମ ପ୍ରେମ। ଆଜି ବଲିଉଡ ତାରକାଙ୍କୁ ଦେଖି ଆପଣ ଭାବୁଥିବେ ଯେ ସେମାନେ ପ୍ରତ୍ୟେକ ଫିଲ୍ମରୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ହେଲେ ଆପଣ ବୋଧହୁଏ କଳ୍ପନା ମଧ୍ୟ କରିପାରିବେ ନାହିଁ ଯେ ଆଜିର କୋଟିପତି ତାରକାମାନେ ସେମାନଙ୍କର ପ୍ରଥମ ଫିଲ୍ମ ପାଇଁ କେତେ ଟଙ୍କା ନେଇଥିଲେ। ତେବେ ଆସନ୍ତୁ ଜାଣିବା ବଲିଉଡର ଏହି ସେଲିବ୍ରିଟିଙ୍କ ବିଷୟରେ... ଖବର ଅନୁଯାୟୀ, 'ଓମ୍ ଶାନ୍ତି ଓମ୍' ସହିତ ରାତାରାତି ଲୋକପ୍ରିୟ ହୋଇଥିବା ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କର ଡେବ୍ୟୁ ଫିଲ୍ମ ପାଇଁ ଗୋଟିଏ ଟଙ୍କା ମଧ୍ୟ ନେଇ ନଥିଲେ। ‘ଓମ୍ ଶାନ୍ତି ଓମ୍’ ସୁପରଡୁପର ହିଟ୍ ସାବ୍ୟସ୍ତ ହୋଇଥିଲା। ବଲିଉଡର କିଙ୍ଗ ଖାନ ଶାହରୁଖ ୧୯୯୨ରେ ଆସିଥିବା 'ଦିୱାନା'ରୁ କ୍ୟାରିୟର ଆରମ୍ଭ କରିଥିଲେ। ଏଥିପାଇଁ ସେ ମାତ୍ରା ୪ ଲକ୍ଷ ଟଙ୍କା ନେଇଥିଲେ। 'ଦିୱାନା' ସେହି ବର୍ଷର ଶ୍ରେଷ୍ଠ ପୁରୁଷ ଡେବ୍ୟୁ ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଥିଲେ। ଆଲିଆ ଭଟ୍ଟଙ୍କ ପ୍ରଥମ ଫିଲ୍ମ 'ଷ୍ଟୁଡେଣ୍ଟ ଅଫ୍ ଦି ଇୟର'। କ୍ୟାରିୟର ଆରମ୍ଭରେ ଏହି ଅଭିନେତ୍ରୀ ୧୫ ଲକ୍ଷ ଫି ଆଦାୟ କରିଥିଲେ। ଆଜି ସେ ବଲିଉଡର ଫେମସ ଅଭିନେତ୍ରୀ ଏବଂ ଅତି କମରେ ୧୦ ରୁ ୧୨ କୋଟି ଟଙ୍କା ଗୋଟିଏ ଫିଲ୍ମ ପିଛା ଚାର୍ଜ କରନ୍ତି। କାର୍ତ୍ତିକ ଆର୍ୟନଙ୍କ ପ୍ରଥମ ଫିଲ୍ମ ଥିଲା 'ପ୍ୟାର୍ କା ପଞ୍ଚନାମା' ଯାହା ୨୦୧୧ରେ ରିଲିଜ ହୋଇଥିଲା। ଅଭିନେତା ତାଙ୍କର ଡେବ୍ୟୁ ଫିଲ୍ମ ପାଇଁ ୧ ଲକ୍ଷ ୨୫ ହଜାର ଟଙ୍କା ଚାର୍ଜ କରିଥିଲେ। ଧର୍ମେନ୍ଦ୍ରଙ୍କୁ ହିନ୍ଦୀ ସିନେମାର ହିମ୍ୟାନ୍ କୁହାଯାଏ। ଫିଲ୍ମ 'ଶୋଲେ'ରେ ତାଙ୍କର ଶାନଦାର ଅଭିନୟ ପାଇଁ ଅଭିନେତାଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଇଥିଲା। ଖବର ଅନୁଯାୟୀ, ଯେତେବେଳେ ଧର୍ମେନ୍ଦ୍ର କାମ ଆରମ୍ଭ କରିଥିଲେ, ସେତେବେଳେ ତାଙ୍କର ଡେବ୍ୟୁ ଫିଲ୍ମ ପାଇଁ ତାଙ୍କୁ ମାତ୍ର ୫୦୦ ଟଙ୍କା ମିଳିଥିଲା।