ବଲିଉଡର ସେକ୍ସି ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅରବାଜ ଖାନ ୧୮ ବର୍ଷ ପର୍ଯ୍ୟନ୍ତ ବିବାହ ବନ୍ଧନରେ ରହିଥିଲେ। ବିବାହ ପୂର୍ବରୁ ମଧ୍ୟ ଦୁହେଁ ପରସ୍ପରକୁ ୫ ବର୍ଷ ଡେଟ କରିଥିଲେ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏତେ ବର୍ଷ ଧରି ଏକାଠି ରହିବା ପରେ ଦୁହେଁ ଛାଡ଼ପତ୍ର ନେବାକୁ ନିଷ୍ପତ୍ତି ନେଇଥିଲେ। କୁହାଯାଏ ଯେ ମଲାଇକା ଛାଡ଼ପତ୍ରରେ ଅରବାଜଙ୍କଠୁ ୧୦ ରୁ ୧୫ କୋଟି ଟଙ୍କା ନେଇଥିଲେ।
ଅନେକ ବର୍ଷ ବିବାହ ପରେ ସୈଫ ଅଲ୍ଲି ଖାନ ମଧ୍ୟ ତାଙ୍କର ପ୍ରଥମ ପତ୍ନୀ ଅମୃତା ସିଂଙ୍କଠାରୁ ଅଲଗା ହୋଇଥିଲେ। ଉଭୟ ୧୩ ବର୍ଷ ପର୍ଯ୍ୟନ୍ତ ବିବାହ ବନ୍ଧନରେ ରହିଥିଲେ। ଖବର ଅନୁଯାୟୀ, ଅଭିନେତା ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ପରେ ବହୁ ପରିମାଣର ଅର୍ଥ ପ୍ରଦାନ କରିଥିଲେ। ଯଦିଓ ଏହି ରାଶି ପ୍ରକାଶ କରାଯାଇ ନାହିଁ। ଯଦି ଗୁଜବକୁ ବିଶ୍ବାସ କରାଯାଏ ତେବେ ସୈଫ ୫ କୋଟି ଟଙ୍କା ଅମୃତାଙ୍କୁ ଦେଇଥିଲେ।