ପ୍ରସିଦ୍ଧ ରାପର୍ ଓ ମ୍ୟୁଜିକ୍ କମ୍ପୋଜର ବାଦଶାହଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ନିକଟରେ ତାଙ୍କ ଜୀବନକୁ ପ୍ରେମ ପ୍ରବେଶ କରିଛି ବୋଲି ଶୁଣା ଯାଉଛି। ଯଦିଓ ସେ ନିଜେ କିଛି କହି ନାହାଁନ୍ତି। ତଥାପି, ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ସେମାନଙ୍କ ସମ୍ପର୍କର ଆଲୋଚନା ଜୋରସୋରରେ ଚାଲିଛି। ବାଦଶାହ ଜସ୍ମିନ୍ ମସିହଙ୍କୁ ବିବାହ କରିଥିଲେ। ଏହି ବିବାହରେ ପରେ ତାଙ୍କର ଗୋଟିଏ ଝିଅ ଥିଲା। ୨୦୨୦ ମସିହାରେ, ଜସ୍ମିନ୍ ବାଦଶାହଙ୍କଠାରୁ ଅଲଗା ହୋଇଥିଲେ। ଏବେ ସେ ଝିଅ ସହିତ ଲଣ୍ଡନ ସ୍ଥାନାନ୍ତର ହୋଇଛନ୍ତି। ପତ୍ନୀଙ୍କଠାରୁ ଅଲଗା ହେବା ପରେ ବାଦଶାହଙ୍କ ନାମ ଇଶା ରେଖିଙ୍କ ସହ ଯୋଡ଼ା ହେଉଛି। ଇଶା ରେଖି ଜଣେ ପଞ୍ଜାବୀ ଅଭିନେତ୍ରୀ। ସେ ୨୦୧୩ ରେ ଡେବ୍ୟୁ କରିଥିଲେ। ସେ ହିନ୍ଦୀ ଚଳଚ୍ଚିତ୍ର ନବାବଜାଦେରେ ମଧ୍ୟ ଅଭିନୟ କରିଥିଲେ କିନ୍ତୁ ବଲିଉଡରେ ତାଙ୍କର କ୍ୟାରିୟର ସଫଳ ହୋଇନଥିଲା। ଇଶା କିଛି ମ୍ୟୁଜିକ୍ ଆଲବମରେ ମଧ୍ୟ କାମ କରିଛନ୍ତି। ସେ ଜଣେ ଗାୟକ ମଧ୍ୟ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବାଦଶାହ ଓ ଇଶା ସେମାନଙ୍କର ଜଣେ ସାଧାରଣ ବନ୍ଧୁଙ୍କ ମାଧ୍ୟମରେ ସାକ୍ଷାତ ହୋଇଥିଲେ। ପରେ ସେମାନଙ୍କ ଦେଖା ସାକ୍ଷାତ ଲାଗି ରହିଲା ଓ ବର୍ତ୍ତମାନ ଦୁହେଁ ଡେଟିଂ କରୁଛନ୍ତି ବୋଲି ଶୁଣା ଯାଉଛି।