ଟିଭି ଓ ଡିଜିଟାଲ ପ୍ଲାଟଫର୍ମରେ କାମ କରିବା ପରେ ଅଭିନେତ୍ରୀ ଅର୍ଶୀ ଖାନ ବର୍ତ୍ତମାନ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କ ଡେବ୍ୟୁକୁ ନେଇ ବଲିଉଡ ଗ୍ୟାଲେରୀରେ ଚର୍ଚ୍ଚା ହେଉଛି । ବିଗ୍ ବସରେ ଦର୍ଶକଙ୍କୁ ନିଜ ସେକ୍ସି ଅନ୍ଦାଜରେ ପାଗଳ କରିଥିବା ଅର୍ଶୀ ଖାନଙ୍କ ଜୀବନର ସବୁଠାରୁ ବଡ଼ ସ୍ୱପ୍ନ ପୂରଣ ହୋଇଛି । ସେ ବିଗ୍ ବସ୍ ସହିତ ନିଜର ପରିଚୟ ସୃଷ୍ଟି କରିଥିଲେ ଆଉ ଏବେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଟିଭି ଓ ଡିଜିଟାଲ ପ୍ଲାଟଫର୍ମରେ କାମ କରିବା ପରେ ଅର୍ଶୀ ଖାନ ବର୍ତ୍ତମାନ ବଲିଉଡ ମୁହାଁ ହୋଇଛନ୍ତି । ତାଙ୍କର ଡେବ୍ୟୁ ବିଷୟରେ ଚର୍ଚ୍ଚା ଜୋର ଧରିଛି । ଯେଉଁ ଫିଲ୍ମ ସହିତ ଅର୍ଶୀ ଡେବ୍ୟୁ କରିବାକୁ ଯାଉଛନ୍ତି, ତାହାର ଟାଇଟେଲ ହେଉଛି 'ତ୍ରାହିମାମ୍’ । ଟାଇମ୍ସ ଅଫ୍ ଇଣ୍ଡିଆ ସହ କଥାବାର୍ତ୍ତା କରି ଅର୍ଶୀ କହିଛନ୍ତି ଯେ ତାଙ୍କର ସବୁଠାରୁ ବଡ଼ ସ୍ୱପ୍ନ ହେଉଛି ବଲିଉଡ ଫିଲ୍ମରେ କାମ କରିବା, ଯାହା ବର୍ତ୍ତମାନ ପୂରଣ ହେବାକୁ ଯାଉଛି । ଅଭିନେତ୍ରୀ ଆହୁରି କହିଛନ୍ତି, ‘‘ମୁଁ ବିଶ୍ୱାସ କରିପାରିବି ନାହିଁ ଯେ ଏହା ସତ ହେବ । ଅନୁଭବ କରିବାକୁ ମୁଁ ନିଜକୁ ଚୁମୁଟିଲି ପରେ ଜାଣିଲି ଯେ ଏହା ସ୍ୱପ୍ନ ନୁହେଁ ବାସ୍ତବ ବୋଲି । ମୁଁ ଏତେ ବଡ଼ ଯାତ୍ରାରେ ଆଗକୁ ବଢ଼ିଛି, ତେଣୁ ମୁଁ ମଧ୍ୟ ନର୍ଭସ ଅଛି ।’’’ ଏହି ଫିଲ୍ମରେ ଜଣେ ଗାଁ ଝିଅ ଭୂମିକାରେ ଅର୍ଶୀଙ୍କୁ ଦେଖିବାକୁ ମିଳିବ । ଦର୍ଶକମାନେ ପ୍ରଥମ ଥର ଫିଲ୍ମରେ ଅର୍ଶୀଙ୍କ ଏହି ଅବତାର ଦେଖିବେ, ଯେଉଁଥିରେ ତାଙ୍କୁ କେବେ ଦେଖାଯାଇ ନଥିଲା । ଅର୍ଶୀଙ୍କ ଏହି ଫିଲ୍ମ ଏକ ମହିଳା-ଆଧାରିତ କାହାଣୀକୁ ନେଇ ପର୍ଯ୍ୟବେଶିତ ହେବ, ଯେଉଁଥିରେ ନିର୍ଦ୍ଦେଶନା ଦେବେ ଦୁଷ୍ୟନ୍ତ ପ୍ରତାପ ସିଂ । ଅର୍ଶୀଙ୍କ ସହ ପଙ୍କଜ ବୈରି, ରାଜୁ ଖେର ଓ ଇରାନୀଙ୍କ ଭଳି ଷ୍ଟାରମାନେ ଏହି ଫିଲ୍ମରେ ନଜର ଆସିବେ ।