ଅନୁଭବ ମହାନ୍ତି ନିଜର ପ୍ରଥମ ଫିଲ୍ମରେ ଅଭିନୟ କରିବା ପୂର୍ବରୁ ଅନେକ ଓଡ଼ିଆ ଆଲବମରେ କାମ କରୁଥିଲେ। ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମୟରେ ଆଇ ଲଭ ୟୁ ସିନେମାକୁ ନେଇ କିଛି ପ୍ରଶ୍ନ କରିଥିଲେ ଗଣମାଧ୍ୟମ। ପ୍ରତିକ୍ରିୟା ଦେଇ ଅନୁଭବ କହିଥିଲେ, ଆଇ ଲଭ ୟୁ ଫିଲ୍ମରେ କାମ କରିବା ପରେ ମଧ୍ୟ କିଛି ଲୋକମାନେ ତାଙ୍କୁ ହିରୋ ଭାବେ ଗ୍ରହଣ କରୁନଥିଲେ। ଶାରୀରିକ ଗଠନ ଅନୁସାରେ ସେ ବହୁତ ପତଳା ଥିବାରୁ ଠାକରା ଗାଲିଆ କଣ ହିରୋ ହେବ କହି ସମାଲୋଚନା ମଧ୍ୟ କରିଥିଲେ। କିନ୍ତୁ ଲୋକମାନେଙ୍କ ଭଲ ପାଇବା ଯୋଗୁଁ ଫିଲ୍ମଟି ଇତିହାସ ହୋଇ ରହିଯାଇଛି ବୋଲି କହିଥିଲେ ଅନୁଭବ।
ନିକଟରେ ଦିବଂଗତ ବସନ୍ତ ନାୟକଙ୍କ ୮୬ତମ ଜୟନ୍ତୀରେ ଯୋଗ ଦେଇଥିଲେ ଓଡ଼ିଆ ସୁପରଷ୍ଟାର ଅନୁଭବ ମହାନ୍ତି। ଏହି ଅବସରରେ ଅଭିନେତା ନିଜର ଏକ କାହାଣୀ ସେୟାର କରି କହିଛନ୍ତି ଯେ, ବସନ୍ତ ନାୟକଙ୍କ ପ୍ରତିଟି କଥା ଆଜି ବି ତାଙ୍କର ମନେ ଅଛି। ଆଇ ଲଭ ୟୁ ଫିଲ୍ମ ରିଲିଜ ହେବାର ଗୋଟିଏ ଦିନ ପୂର୍ବରୁ ତାଙ୍କ ସହ କଣ ହୋଇଥିଲା ଓ ବସନ୍ତ ନାୟକ ତାଙ୍କୁ କଣ କହିଥିଲେ ସେ ବାବଦରେ ମଧ୍ୟ ବଖାଣିଛନ୍ତି ଅନୁଭବ। ଫିଲ୍ମ ରିଲିଜ ହେବା ପୂର୍ବରୁ ରାତିରେ ଶୋଇପାରୁନଥିଲେ ଅନୁଭବ। ଏପରିକି ରିଲିଜ ହେବାର ଠିକ ଗୋଟିଏ ଦିନ ପୂର୍ବରୁ ସେ ନର୍ଭସରେ ବିଛଣା ଉପରେ ମଧ୍ୟ ବସି ପାରିନଥିଲେ।
ଗୀତର ସେନ୍ସ ବାବଦରେ ବେଶ ଅଭିଜ୍ଞ ଥିଲେ ବସନ୍ତ ନାୟକ। ତାଙ୍କ ଗୀତ ବେଶ ମନଛୁଆଁ ବୋଲି କହିଥିଲେ ଅନୁଭଵ। ଏହି ଅବସରରେ ସେ ବ୍ରଜରାଜ ବ୍ୟାନରର ମଧ୍ୟ ପ୍ରଶଂସା କରିଥିଲେ। ବ୍ରଜରାଜ ମୁଭିର୍ସ ମୋତେ ଯେତେବେଳେ ଖୋଜିବେ ମୁଁ ନିଶ୍ଚିତ ଭାବେ ଥିବି ବୋଲି ଜଣାଇଥିଲେ ଅନୁଭବ। ଗୀତ କୋରିଓଗ୍ରାଫଠୁ ଆରମ୍ଭ କରି ନୃତ୍ୟ ପର୍ଯ୍ୟନ୍ତ ପୂର୍ବ ଦିନର କଥା ମନେ ପକାଇ ବେଶ ଖୁସି ନଜର ଆସୁଥିଲେ ସୁପରଷ୍ଟାର ଅନୁଭବ।