ଆଜିକାଲି ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଶା ପ୍ରିୟଦର୍ଶିନୀ ଏବଂ ଲୋକସଭା ସାଂସଦ ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ଚର୍ଚ୍ଚାରେ। ବର୍ତ୍ତମାନ ମାମଲା କୋର୍ଟରେ ଅଛି। ସେପଟେ ଅନୁଭବ ମହାନ୍ତିଙ୍କ ଆବେଦନ ଉପରେ କଟକ ଏଡିଜେଏମ୍ କୋର୍ଟ ଏକ ପ୍ରମୁଖ ରାୟ ଦେଇଥିଲେ। ଦୁଇ ମାସ ମଧ୍ୟରେ ଅନୁଭବଙ୍କ ପୌତୃକ ଘର ଖାଲି କରିବାକୁ ବର୍ଷାଙ୍କୁ କୋର୍ଟ କହିଥିଲେ। ଏଥି ସହିତ ଅନୁଭବ ମଧ୍ୟ ବର୍ଷାଙ୍କ ରକ୍ଷଣାବେକ୍ଷଣ ପାଇଁ ମାସକୁ ତାଙ୍କୁ ୩୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।