ଅନନ୍ୟା ପାଣ୍ଡେଙ୍କ (Ananya Panday) ସମ୍ପର୍କୀୟା ଭଉଣୀ ଆଲାନା ପାଣ୍ଡେଙ୍କର (Alanna Panday) ତାଙ୍କ ବୟଫ୍ରେଣ୍ଡ୍ଆଇଭୋର ମ୍ୟାକ୍ରେଙ୍କ (Ivor McCray) ସହ ନିର୍ବନ୍ଧ ହୋଇଛି । ଆଲାନା ସୋସିଆଲ୍ ମିଡି଼ଆରେ ଅତି ବୋଲ୍ଡ ଷ୍ଟାଇଲରେ ନିଆଯାଇଥିବା କେତେକ ଫଟୋ ଶେୟାର୍ କରି କହିଛନ୍ତି ଯେ ଯଦି ତାଙ୍କ ବୟଫ୍ରେଣ୍ଡ୍ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଓ ସେ ରାଜି ହୋଇଯାଇଛନ୍ତି । ଗତ ଦୁଇ ବର୍ଷ ଧରି ଆଲାନା ପାଣ୍ଡେ ଓ ଆଇଭୋର ମ୍ୟାକ୍ରେ ପରସ୍ପରକୁ ଡେଟ୍ କରୁଥିଲେ ।
ଆଲାନା ଏହି ପ୍ରପୋଜାଲର ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର୍ କରିଛନ୍ତି । ଫଟୋରେ ଆଲାନା ଓ ଆଇଭୋର ମ୍ୟାକ୍ରେ ପରସ୍ପରକୁ ଚୁମ୍ବନ ଦେଉଥିବା ଦେଖାଯାଇଛି । ଆଲାନା ଲେଖିଛନ୍ତି ଯେ ସେ ଆଇଭୋରଙ୍କୁ ଏକ ହାଲୋଇନ୍ ପାର୍ଟିରେ ଭେଟିଥିଲେ । ‘‘ସେଦିନ ରାତିରେ ସେ ମୋତେ ଏତେ ହସେଇଲେ ଯେ ମୋ’ର ମୁହଁ ଯନ୍ତ୍ରଣା କରିବାକୁ ଲାଗିଥିଲା,’’ ଲେଖିଛନ୍ତି ଆଲାନା ପାଣ୍ଡେ ।