ଟିଭିର ସବୁଠାରୁ ଲୋକପ୍ରିୟ ରିଆଲିଟି ସୋ 'ବିଗ୍ ବସ୍ ଓଟିଟି'ର (Bigg Boss OTT) ପୂର୍ବତନ ପ୍ରତିଯୋଗୀ ଉର୍ଫି ଜାଭେଦ୍ (Urfi Javed) ଜଣେ ଟିଭି ତାରକା ହେବା ସହ ସୋସିଆଲ୍ ମିଡି଼ଆ ଦୁନିଆରେ ଏକ ବଡ଼ ନାମ । ଉର୍ଫି ଜଣେ ସୋସିଆଲ୍ ମିଡି଼ଆ ପ୍ରଭାବକ (ଇନଫ୍ଲୁଏନସର୍) ଭାବେ ଜଣାଶୁଣା । ସେ ନିଜ ସୁପର ଡ୍ରେସିଂ ସେନ୍ସ ମାଧ୍ୟମରେ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାରେ ରହନ୍ତି । ନିକଟରେ ଉର୍ଫି ଜାଭେଦଙ୍କୁ ଡ୍ରେସ୍ କାରଣରୁ ସୋସିଆଲ ମିଡି଼ଆରେ ଟ୍ରୋଲ କରାଯାଇଥିଲା । ସେ ଏକ ସ୍ପୋର୍ଟସ ବ୍ରା (sports bra) ପିନ୍ଧିଥିବାରୁ ସମାଲୋଚନାର ପାତ୍ରୀ ହୋଇଥିଲେ । ହେଲେ ଉର୍ଫି ସେଥିରେ ଆଦୌ ବିଚଳିତ ନ ହୋଇ ପୁଣି ଥରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ବୋଲ୍ଡ ଫଟୋ ଶେୟାର୍ କରି ଟ୍ରୋଲମାନଙ୍କୁ ଜବରଦସ୍ତ ଜବାବ ଦେଇଛନ୍ତି । ଉର୍ଫି ଶେୟାର୍ କରିଥିବା ଫଟୋଗୁଡ଼ିକରେ ସେ ସମୁଦ୍ର କୂଳରେ ପୋଜ୍ ଦେଉଥିବା ନଜର ଆସିଛନ୍ତି । ଏହି ଫଟୋଗୁଡ଼ିକରେ ଉର୍ଫି ଏକ ବିକିନିରେ ନଜର ଆସିଛନ୍ତି । ସେ ଶେୟାର୍ କରିଥିବା ଫଟୋଗୁଡ଼ିକ ଉପରେ ହଜାର ହଜାର ଲାଇକ୍ ମିଳୁଛି । ଲୋକେ ଉର୍ଫିଙ୍କ ଏହି ଫଟୋଗୁଡ଼ିକ ଉପରେ କ୍ରମାଗତ ମନ୍ତବ୍ୟ ଦେଇ ତାଙ୍କ ସୌନ୍ଦର୍ଯ୍ୟକୁ ପ୍ରଶଂସା କରୁଛନ୍ତି । ସୋସିଆଲ ମିଡିଆରେ ଉର୍ଫିଙ୍କର ପ୍ରଶଂସକ ସଂଖ୍ୟା ବଢ଼ିଚାଲିଛି । ଇନଷ୍ଟାଗ୍ରାମରେ ତାଙ୍କୁ ୧୫ ଲକ୍ଷରୁ ଅଧିକ ଲୋକ ଫଲୋ କରନ୍ତି । ଉର୍ଫି ଇନଷ୍ଟାଗ୍ରାମରେ ବହୁତ ସକ୍ରିୟ ରହନ୍ତି ଓ ପ୍ରତି ଦିନ ନିଜ ଫଟୋ ଶେୟାର୍ କରନ୍ତି । (ସବୁ ଫଟୋ କ୍ରେଡିଟ୍: ଇନଷ୍ଟାଗ୍ରାମ @urf7i)