ଅଭିନେତ୍ରୀ ସୋଫି ଚୌଧୁରୀଙ୍କ (Sophie Choudry) ଲୋକପ୍ରିୟତା ସୋସିଆଲ ମିଡି଼ଆରେ ବଢ଼ି ଚାଲିଛି । ନିଜ ସାହସିକତା ପାଇଁ ଚର୍ଚ୍ଚାରେ ରହୁଥିବା ସୋଫି ପୁଣି ଥରେ କେତେକ ବୋଲ୍ଡ୍ ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର୍ କରିଛନ୍ତି । ସୋଫି ଆଜିକାଲି ମାଳଦ୍ୱୀପରେ ଛୁଟି ଦିନ କାଟୁଛନ୍ତି । ସେଠାରୁ ସେ କ୍ରମାଗତ ଭାବରେ ନିଜର ହଟ ଓ ବୋଲ୍ଡ ଫଟୋ ଶେୟାର୍ କରୁଛନ୍ତି । ସୋଫି ଇନଷ୍ଟାଗ୍ରାମରେ ଶେୟାର୍ କରିଥିବା ଏହି ଫଟୋଗୁଡ଼ିକ ସୋସିଆଲ ମିଡି଼ଆରେ ଭାଇରାଲ ହେଉଛି । ସୋଫିଙ୍କ ଏହି ଫଟୋଗୁଡ଼ିକୁ ଇନଷ୍ଟାରେ ଅନେକ ଲୋକ ପସନ୍ଦ କରିଛନ୍ତି । ତାଙ୍କ ପ୍ରଶଂସକମାନେ ଫଟୋଗୁଡ଼ିକ ଉପରେ ମନ୍ତବ୍ୟ ଦେଇ ତାଙ୍କ ସୌନ୍ଦର୍ଯ୍ୟକୁ ପ୍ରଶଂସା କରୁଛନ୍ତି । ସୋଫି ଇନଷ୍ଟାଗ୍ରାମରେ ବହୁତ ସକ୍ରିୟ ଅଛନ୍ତି । ପ୍ରତି ଦିନ ସେ ନିଜ ସଦ୍ୟ ଫଟୋ ଶେୟାର କରୁଛନ୍ତି । ସୋଫି ଇନଷ୍ଟାଗ୍ରାମ ମାଧ୍ୟମରେ ନିଜ ପ୍ରଶଂସକମାନଙ୍କ ସହିତ କ୍ରମାଗତ ଭାବରେ ଯୋଡ଼ି ହୋଇ ରହନ୍ତି । ତାଙ୍କ ପ୍ରଶଂସକଙ୍କ ସହ ସଂଯୁକ୍ତ ରହିବାକୁ ସେ ଆକର୍ଷଣୀୟ ପୋଷ୍ଟ ଶେୟାର୍ କରନ୍ତି । ସୋସିଆଲ ମିଡିଆରେ ସୋଫି ଚୌଧୁରୀଙ୍କର ବହୁତ ପ୍ରଶଂସକ ଅଛନ୍ତି । ଇନଷ୍ଟାଗ୍ରାମରେ ତ ତାଙ୍କର ୨୬ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି । ଏହା ପୂର୍ବରୁ ସୋଫିଙ୍କ ଅନେକ ବୋଲ୍ଡ ଫଟୋ ସୋସିଆଲ ମିଡି଼ଆରେ ଭାଇରାଲ ହୋଇଛି। ଅଭିନେତ୍ରୀ ସୋଫି ଚୌଧୁରୀ (Sophie Choudry) (ସବୁ ଫଟୋ କ୍ରେଡିଟ୍: ଇନଷ୍ଟାଗ୍ରାମ @ ସୋଫିଚୌଧୁରୀ)