Neha Malik Photos: ଭୋଜପୁରୀ ଅଭିନେତା (Bhojpuri Actor) ଖେସରୀ ଲାଲ ଯାଦବ (Khesari lal yadav) ହିନ୍ଦୀ ଗୀତ 'ତେରେ ମେରେ ଦର୍ମିୟାଂ' ନିକଟରେ ରିଲିଜ୍ ହୋଇଥିଲା । ରିଲିଜର କିଛି ଘଣ୍ଟା ମଧ୍ୟରେ ୟୁଟ୍ୟୁବରେ ଟ୍ରେଣ୍ଡ ମଧ୍ୟ କରିଥିଲା ଗୀତ । ଏହି ଗୀତରେ ଅଭିନେତ୍ରୀ ନେହା ମଲିକ ଖେସାରୀଙ୍କ ସହ ରୋମାନ୍ସ କରିଥିଲେ, ଯାହା ବୋଲ୍ଡ ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଭାଇାଲ ହେଉଛି । ଅଭିନେତ୍ରୀ ନେହା ମଲିକ ରିୟଲ ଲାଇଫରେ (Neha Malik Real life) ବହୁତ ବୋଲ୍ଡ ଓ ସୁନ୍ଦର ଦେଖାଯାଆନ୍ତି । ତାଙ୍କ ଇନଷ୍ଟାଗ୍ରାମରେ ଦେଖିବାକୁ ମିଳୁଛି ଗୋଟିଏ ପରେ ଗୋଟିଏ ବୋଲ୍ଡ ଆଣ୍ଡ ସେକ୍ସି ଫଟୋ । ଇଣ୍ଟରନେଟରେ ଉପଲବ୍ଧ ସୂଚନା ଅନୁଯାୟୀ ନେହା ମଲିକ ଏକ ମଡେଲ, ଅଭିନେତ୍ରୀ ଓ ବ୍ଲଗର । ସେ ୨୦୧୨ରେ ନିଜର ମଡେଲିଂ କ୍ୟାରିୟର ଆରମ୍ଭ କରିଥିଲେ । ନେହା ବର୍ତ୍ତମାନ ଅଭିନୟ ଦୁନିଆରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିସାରିଛନ୍ତି । ସେ ମ୍ୟୁଜିକ୍ ଭିଡିଓ ପାଇଁ ବେଶ୍ ଜଣାଶୁଣା । ଖେସାରୀଙ୍କ ସହ କାମ କରିବା ପୂର୍ବରୁ ତାଙ୍କର ଅନେକ ମ୍ୟୁଜିକ ଭିଡିଓ ରିଲିଜ ହୋଇସାରଥିଲା । ସୂଚନା ଅନୁଯାୟୀ ନେହା ଦିଲ୍ଲୀର ସେଣ୍ଟ ଜାଭିୟର୍ ସ୍କୁଲରେ ପାଠ ପଢ଼ିଥିଲେ । ଏହା ପରେ ସେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରୁ ଡିଗ୍ରୀ ହାସଲ କରିଥିଲେ । ଶୁଣିବାକୁ ମିଳୁଛି ଯେ ପିଲାବେଳୁ ସେ ମଡେଲ ହେବାକୁ ଚାହୁଁଥିଲେ । ଅଭିନେତ୍ରୀ ଭାବେ ସେ ୨୦୧୬ରେ ରିଲିଜ ହୋଇଥିବା ଫିଲ୍ମ ‘ଭନୱାରୀ କା ଜାଲ’ରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ନେହାଙ୍କୁ ପଞ୍ଜାବୀ ସଙ୍ଗ ‘ନୀଟ ଦାରୁ’ ଭଳି ମ୍ୟୁଜିକ ଭିଡିଓ ପାଇଁ ଜଣାଯାଏ । ଏହି ମ୍ୟୁଜିକ ଭିଡିଓରେ ତାଙ୍କ ସହ ରୋମାନ୍ସ କରିଥିଲେ ମିଲିନ୍ଦ ଗାବା । ଏହା ବ୍ୟତୀତ ତାଙ୍କର ସବୁଠାରୁ ହିଟ୍ ମ୍ୟୁଜିକ ଭିଡିଓ ‘ସଖିୟାଂ’ (Sakhiyaan) ଥିଲା, ଯାହାକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ । ଏହା ସହ ସେ ୨୦୧୨ରେ ଆରବ ଫ୍ୟାଶନ ୱିକରେ ମୋଷ୍ଟ ବ୍ୟୁଟିଫୁଲ୍ ଓମେନରେ ତୃତୀୟ ସ୍ଥାନ ଅଧିକ କରିଥିଲେ । ସୋସିଆଲ ମିଡ଼ିଆରେ ମଧ୍ୟ ସେ ଖୁବ୍ ଆକ୍ଟିଭ ରୁହନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ୨.୫ ମିଲିୟନ ଫଲୋଅର୍ସ ଅଛନ୍ତି । ବିକିନି ପିନ୍ଧି ସେ ଅନେକ ଥର ଫ୍ୟାନ୍ସଙ୍କ ମନ କିଣିସାରିଲେଣି । (ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନେହା ମଲିକ)