ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ (Jacqueline Fernandez) ଠକ ସୁକେଶ ଚନ୍ଦ୍ରଶେଖର (Sukesh Chandrashekhar) ଓ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଲୀନା ମାରିଆ ପଲ୍ଲଙ୍କ (Leena Maria Paul) ସହ ଜଡି଼ତ ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ୍ ସାତ ଘଣ୍ଟା ଧରି ପଚରାଉଚରା କରିଛି । ଚାରି ଥର ପଚରାଉଚରା ପାଇଁ ଆସିଥିବା ଆଦେଶକୁ ଅଣଦେଖା କରିବା ପରେ ଜ୍ୟାକଲିନ୍ ଅକ୍ଟୋବର ୨୦ରେ ଅପରାହ୍ଣ ୩ଟା ବେଳେ ଇ.ଡି.ର ଦିଲ୍ଲୀ କାର୍ଯ୍ୟାଳୟରେ ହାଜର ହୋଇଥିଲେ । ସେ ରାତି ୧୦ଟା ବେଳେ ବାହାରକୁ ବାହାରିଥିଲେ । ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡେଜଙ୍କ ବିବୃତ୍ତି ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ ରେକର୍ଡ ହୋଇଛି । ଇ.ଡି.କୁ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଓ ସୁକେଶ ଚନ୍ଦ୍ରଶେଖରଙ୍କ ଆର୍ଥିକ କାରବାରରେ କେତେକ ସନ୍ଦିଗ୍ଧ ଲେଣଦେଣର ସୂଚନା ମିଳିଥିଲା ବୋଲି କୁହାଯାଉଛି । ଏହି ଟଙ୍କା ଲେଣଦେଣର ତଦନ୍ତ ବେଳେ ଅଧିକାରୀମାନେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସହ ସୁକେଶ ଚନ୍ଦ୍ରଶେଖରଙ୍କ ଲିଙ୍କ୍ ବିଷୟରେ ଜାଣି ପାରିଥିଲେ । ସୁକେଶ ଚନ୍ଦ୍ରଶେଖର ଓ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ମଧ୍ୟରେ କୌଣସି ଆର୍ଥିକ କାରବାର ହୋଇଛି କି ନାହିଁ ତାହା ଜାଣିବାକୁ ଚେଷ୍ଟା କରୁଛି ଇ.ଡି.। ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଇ.ଡି. ଅଧିକାରୀମାନେ ପଚାରିଥିଲେ ସେ ପ୍ରଥମ ଥର କେବେ ସୁକେଶ ଚନ୍ଦ୍ରଶେଖର କିମ୍ବା ତାଙ୍କ ପତ୍ନୀ ଲୀନା ମାରିଆ ପଲଙ୍କୁ ଭେଟିଥିଲେ, ସେ ସୁକେଶଙ୍କ ସହ ଫୋନରେ କଥା ହୋଇଥିଲେ କି ନାହିଁ, ସେ ସେମାନଙ୍କଠାରୁ କୌଣସି ଉପହାର ଗ୍ରହଣ କରିଛନ୍ତି କି, ଆଦି । ଏହି ମାମଲାରେ ଅନ୍ତତଃ ପକ୍ଷେ ଗୋଟିଏ ଘଟଣାରେ ଜ୍ୟାକଲିନଙ୍କ ବିବୃତ୍ତି ରେକର୍ଡ କରାଯାଇଛି । ଜ୍ୟାକଲିନ ନିଜ ପ୍ରଥମ ବିବୃତ୍ତିରେ ଅନୁସନ୍ଧାନକାରୀଙ୍କୁ କହିଛନ୍ତି ଯେ ସେ ମଧ୍ୟ ସୁକେଶଙ୍କ ଠକେଇର ଶିକାର ହୋଇଥିଲେ ଓ ସେ ନିଜେ କୌଣସି ଭୁଲ୍ କରିନାହାନ୍ତି । ୨୦୦ କୋଟି ଟଙ୍କା ଠକେଇ ମାମଲାରେ ସୁକେଶ ଚନ୍ଦ୍ରଶେଖର ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଲୀନା ମାରିଆ ପଲ୍ଲଙ୍କ (Leena Maria Paul) ସହ ଅନ୍ୟ ପାଞ୍ଚ ଜଣ ଏବେ ଇ.ଡି. ହେପାଜତରେ ଅଛନ୍ତି। ଏହି ମାସ ଆରମ୍ଭରେ ସୁକେଶ ଚନ୍ଦ୍ରଶେଖର ଓ ତାଙ୍କ ପତ୍ନୀ ଲୀନା ପଲଙ୍କ ମଧ୍ୟରେ ଥିବା ଲିଙ୍କକୁ ନେଇ ଅଭିନେତ୍ରୀ ନୋରା ଫତେହିଙ୍କୁ (Nora fatehi) ମଧ୍ୟ ଇ.ଡି. ପଚରାଉଚରା କରିଥିଲା । ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ (Jacqueline Fernandez) [ସବୁ ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ୍ ଓ ପି.ଟି.ଆଇ.] ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ (Jacqueline Fernandez) [ସବୁ ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ୍ ଓ ପି.ଟି.ଆଇ.] ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ (Jacqueline Fernandez) [ସବୁ ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ୍ ଓ ପି.ଟି.ଆଇ.] ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ (Jacqueline Fernandez) [ସବୁ ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ୍ ଓ ପି.ଟି.ଆଇ.] ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ (Jacqueline Fernandez) [ସବୁ ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ୍ ଓ ପି.ଟି.ଆଇ.] ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ (Jacqueline Fernandez) [ସବୁ ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ୍ ଓ ପି.ଟି.ଆଇ.] ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ (Jacqueline Fernandez) [ସବୁ ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ୍ ଓ ପି.ଟି.ଆଇ.] ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ (Jacqueline Fernandez) [ସବୁ ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ୍ ଓ ପି.ଟି.ଆଇ.]